STORYMIRROR

Aishwarya Mishra

Children

4  

Aishwarya Mishra

Children

ମାଆ ମୋ ଆସିବ ବୋଲି

ମାଆ ମୋ ଆସିବ ବୋଲି

1 min
203


ମୋହିନୀ ରୂପରେ ହସୁଛି ଧରଣୀ 

ହାତେ ଧରି ଅର୍ଘ୍ୟଥାଳି

କାଶତଣ୍ଡୀ ନାଚେ ସମୀର ସ୍ପର୍ଶରେ

ମାଆ ମୋ ଆସିବ ବୋଲି ,


ଶରତ ଆସିଛି ଶୁଭ୍ରତା ସହିତେ

ଆକାଶେ ହସେ ବଉଦ 

ଵାଜେ ଭେରୀ ତୂରୀ ଘଣ୍ଟ ହୁଳହୁଳି

ହସୁଛି ପୂଜା ସଉଧ ,


ଦେବୀ ଦଶଭୂଜା, ଗିରି-ରାଜ ସୂତା

ଦୁର୍ଗା ଦୁର୍ଗତିନାଶିନୀ

ଶକ୍ତିସ୍ଵରୂପିଣୀ ଭୂବନ ମୋହିନୀ

ଦେବୀ ମହିଷାମର୍ଦ୍ଦିନୀ ,


ଆଶ୍ଵିନ ମାସରେ ଝରୁଛି ବରଷା 

ସ୍ଵାଗତ କରିବ ବୋଲି 

ଶୁଭ୍ର ପାଟ ପିନ୍ଧି ଜଗିଛି ଧରଣୀ 

ମାଆ ମୋ ଆସିବ ବୋଲି ,


କାମନା ମୋହର ସାଜି ପୂଜା ଫୁଲ

କରିବି ପଦ ବନ୍ଦନା

ମାଆ ମୋ ଆସିବ, ଖୁସି ବରଷିବ 

ମନ ହୁଏ ଆନମନା ,


ହଳଦୀ କୁଙ୍କୁମ ଗଙ୍ଗାଜଳ ସାଥେ

ମହକେ ପୂଜା ମଣ୍ଡପ 

କର୍ପୂର ଚନ୍ଦନ ବାସ ଚହଟଇ

ଜଳୁଛି ସୌଭାଗ୍ଯ ଦୀପ ,


ଭକ୍ତି ପ୍ରଦୀପକୁ କରି ପ୍ରଜ୍ଜ୍ୱଳିତ

ହାତେ ଧରି ପୂଜା ଥାଳି

କରିଛି ପ୍ରତୀକ୍ଷା ଭକ୍ତି ଭାବ ନେଇ

ମାଆ ମୋ ଆସିବ ବୋଲି ,,,


Rate this content
Log in

Similar oriya poem from Children