STORYMIRROR

Jagannath Barik

Classics

3  

Jagannath Barik

Classics

ମାଆ ଲୋ ଗିରିବାଳା

ମାଆ ଲୋ ଗିରିବାଳା

1 min
197

ମାଆ ଲୋ ଗିରିଵାଳା   ସର୍ବମୟୀ ମଙ୍ଗଳା 

  କୂଳେ ଲଗାଇବୁ ମୋହରି ଭେଳା (0)

କରୁଣାମୟୀ ତୁ ମଙ୍ଗଳମୟୀ 

       ବିପଦେ ରଖୁ ତୁ ଘଣ୍ଟ ଘୋଡ଼େଇ 

ତୁ ମହାକାଳୀ   ନୃମୁଣ୍ଡ ମାଳି 

ଦୁଷ୍ଟ ସଂହାରି    ସଜ୍ଜନ ପାଳି 

    ଶରଣ ରକ୍ଷଣା ଭକ୍ତ ବତ୍ସଳା । (1)

କେଶରୀ ବାହିନୀ ମଶାଣି ଚଣ୍ଡୀ 

      ଲହ ଲହ ଜିହ୍ୱା ରୁଧିର ତୁଣ୍ଡୀ 

କାଳୀ କରାଳି    ଖର୍ପରଧାରୀ 

ମହିଷା ମାରି     ଚଣ୍ଡ ବିଦାରି

   ରକ୍ତବୀର୍ଯ୍ୟ ଶୁମ୍ଭ ନିଶୁମ୍ଭ ଦଳା ।(2)

ପର୍ଶୁରାମ କରି ପଦ ବନ୍ଦନ 

    ବୀରପଣେ ଉଡ଼ାଇଲେ କେତନ

ପିତୃ ବଇରୀ    ବିନାଶ କରି

କୁଠାର ଧରି    କ୍ଷତ୍ରି ସଂହାରି 

   ବୀର ରକ୍ତେ କଲେ ଧରା ପଖଳା ।(3)

ରାମାୟଣ ରଣେ ରଘୁନନ୍ଦନ

     ତୋର ପାଦପଦ୍ମ କରୁ ପୂଜନ

ହେଲୁ ସପକ୍ଷ   ବଧି ବିଂଶାକ୍ଷ

ରାକ୍ଷସ ବଂଶ   କରି ବିଧ୍ବଂସ 

    ସୀତା ଉଦ୍ଧରିଲେ କୌଶଲ୍ୟା ବଳା ।(4)

ଚଣ୍ଡୀମଙ୍ଗଳରେ ତୋର ବିଶ୍ରାମ 

     ଆଶ୍ରା କରିଅଛି ଜଗା ଅଧମ 

କଲମ ମୁନ   କରିବୁ ଟାଣ 

ଦିବ୍ୟ ଚିନ୍ତନ   ଆସିବ ମନ 

    କଣ୍ଠେ ବସି ପଦ କରିବୁ ଖେଳା ।(5)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics