STORYMIRROR

BISWESWAR MAJHI

Abstract

2  

BISWESWAR MAJHI

Abstract

ମାଆ କଥା ପଦେ ଅଧେ

ମାଆ କଥା ପଦେ ଅଧେ

1 min
3.1K

ମାଆ ଖାଲି ମାଆ ନୁହେଁ ନାରୀ ଜାତି ମାଆ ରୂପ

ଜନନୀ ଭଗିନୀ ଜାୟା ସବୁଥିରେ ଥାଏ ମାଆ ଛାପ ।


ମାଆ ହେବା ପଦବୀ ନୁହେଁ ମହା ସାଧନାର କଥା

ତ୍ୟାଗ ସ୍ନେହ ପ୍ରେମ କରୁଣାର ମାଆ ମହାଗାଥା ।


ମାଆର ପଣତ କାନି ଶ୍ରୀମନ୍ଦିର ନେତ ପରି ମାନ

ତା କୁଞ୍ଚିତ କପାଳର ସ୍ୱେଦ ଚରଣାମୃତ ପାବନ ।


ତା ହାତ ଚାପୁଡା ଖାଇ ବେତବାଡି ପାପ ଛଡାଇବା

ମାଆ ବଞ୍ଚିଥିବା ଯାଏ ସେବା କରି ଆଶୀର୍ବାଦ ନେବା ।


ଘରକୁ ଫେରିଲେ ଆଉ ସମସ୍ତେ ଖୋଜନ୍ତି କ'ଣ ଆଣିଛି

ମାଆ ଆଉଁସି ପକାଏ ଧନରେ ପେଟ ଲାଖି ଯାଇଛି ।


ମୋ ମାଆ ପରି ମାଆ ମିଳୁ ଜନ୍ମେ ଜନ୍ମେ

ମୋ ପରି କୁପୁତ୍ର ନଥାଉ ତା କରମେ ।


ଦୁର୍ଗା ପୂଜା ମହା ଆଡମ୍ବରେ ମାଆ ବସି ଖୁଁ ଖୁଁ କାଶେ

ଭକ୍ତ ପ୍ରବର ନୁହଁଇ ସେ ମହିଷାସୁର ପରି ଦିଶେ ।


ଛଳନା ପ୍ରବଞ୍ଚନା ନୁହେଁ ମା ଚାହେଁ ଭଲ କଥା ପଦେ

ନିର୍ଯ୍ଯାତନା ଦେଲେ ତାକୁ ଲୁଚାଇ ଲୁଚାଇ କାନ୍ଦେ ।


ଅମଙ୍ଗଳ ସନ୍ତାନର ହେବ ଲୁହ ପୋଛେ ବାରମ୍ବାର

ମାଆ ମୋର ମରତର ଦେବୀ ମୋ ପାଇଁ ସାକ୍ଷାତ ଈଶ୍ବର। 

   


Rate this content
Log in

Similar oriya poem from Abstract