STORYMIRROR

Pranati Panda

Abstract Others

4  

Pranati Panda

Abstract Others

ମାଆ କାଳିଜାଇ

ମାଆ କାଳିଜାଇ

1 min
268


ଅତୀବ ସୁନ୍ଦର  ଅନୁଭବ ହୁଏ

    ଚିଲିକା ବିହାର ବେଳେ,

ନୀଳ ଜଳରାଶି  ଚାରୁ ଚିତ୍ରପଟ

      ଚହଲି ଚହଲି ଖେଳେ ।


ପକ୍ଷୀର କାକଳି  "ଚଢେଇହଗା"ରେ

     ସୁନ୍ଦର ଧଳା ପାହାଡ଼େ ,

ମଟର ଡଙ୍ଗାରେ  ଦୂରରୁ ଦିଶଇ

     ସତେ ମହୋହର କେଡେ ।


ଜଳଚର ପ୍ରାଣୀ   ଉବୁଟୁବୁ ହୋଇ

     ଖେଳିଥାନ୍ତି ଚିଲିକାରେ,

ଏସିଆ ସୁନ୍ଦରୀ  ଛାତି ଫୁଲିଉଠେ

     ରଙ୍ଗ ବିରଙ୍ଗୀ ମଧ୍ୟରେ ।


ଏପଟେ ବାଲୁଗାଁ ସେପଟେ ମାଲୁଦ

     ପାରିକୁଦ ଗ୍ରାମ ଅଛି,

ମାଆ କାଳିଜାଇ  ଚିଲିକା ଭିତରେ

     ମନ୍ଦିର ଖ୍ୟାତ ରହିଛି ।


ସପ୍ତ ଶକ୍ତିପୀଠ  ମଧ୍ୟରୁ ଗୋଟିଏ

     ଓଡ଼ିଶା ମଧ୍ୟେ ବିଖ୍ୟାତ ,

ମାତା ବିରାଜିତ  ଚିଲିକା ହ୍ରଦରେ

    ମଝି ପାହାଡ଼ରେ ସେ'ତ ।


 ସିନ୍ଦୂରରେ ବୋଳା ନୂଆ ଟଙ୍କାଟିଏ 

     ମାଆଙ୍କ ଦେହେ ଲାଗିଲେ ,

ମନସ୍କାମ ମାତା    ପୂରଣ କରନ୍ତି

     ଫଳ ମିଳେ କୃପାବଳେ ।


ଆମିଷ ଭୋଜନ   ମାଆଙ୍କର ପ୍ରିୟ

    ଭୋଗଲାଗେ ସେହିଠାରେ,

ଚୈତ୍ର ମାସ ସାରା   ବଳି ପଡ଼ିଥାଏ

     ମାତାଙ୍କ ଶକ୍ତି ପୀଠରେ ।


ଚିଲିକାର ଲୁଣା  ଜଳରାଶି ମଧ୍ୟେ

    ମାଆଙ୍କ ମହିମା ବଳେ ,

ପାହାଡ଼ ଭିତରେ  କୂଅଟିଏ ଅଛି

    ଭରା ସେ ମଧୁର ଜଳେ ।


କାଳିଜାଇ ପୀଠ   ସବୁଜ ସୁନ୍ଦର

     ଥରଟେ ଯିଏ ଯାଇଛି ,

ମଧୁର ସ୍ମୃତିକୁ    ହୃଦୟରେ ବହି

     କବି କବିତା ଲେଖିଛି।


Rate this content
Log in

Similar oriya poem from Abstract