Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Sahu

Inspirational

2  

Niranjan Sahu

Inspirational

ମାଆ ଜୀବନର ସଫଳ

ମାଆ ଜୀବନର ସଫଳ

1 min
164


ମାଆର ମମତା ଅମୁଲ ମୁଲ     

ଅମୃତର ବାରିଧାରା

ମାଆର ଚୁମ୍ବନ ଜୀବନ ସ୍ପନ୍ଦନ

ଜୀବନେ ଜୀବନ ଧାରା ।


ମାଆର କୋଳ ଜୀବନ ଝୁଲଣା

ଝୁଲଣାର ଖେଳ ଘର

ଜୀବନ ଖେଳର ଆରମ୍ଭ ହୁଅଇ

ଜୀବନେ ଜୀବନ ସାର ।


ମାଆର ସ୍ପର୍ଶରେ ଜୀବନ ଉଜ୍ଜ୍ୱଳ

ଜୀବନେ ନଥାଏ ଡର

ମାଆ ଆଲିଙ୍ଗନେ ସ୍ୱର୍ଗସୁଖ ମିଳେ

ସତେକି ସୁଖ ସାଗର ।


ମାଆ ସ୍ତନଖୀର ଶକ୍ତିର ବାରିଧି

ଶରୀର ଗଠନ ପଥରେ

ମାଆ ଆଶୀର୍ବାଦ କବଚ ସଦୃଶ

ଜୀବନେ ଜୀବନ ପଥରେ ।


ମାଆ ହାତରନ୍ଧା ସୁସ୍ୱାଦୁ ଅଟଇ

ଜୀବନେ ଜୀବନ ସ୍ୱାଦରେ

ମାଆର ପଣତ ପ୍ରେମମୟ ଅଟେ

ପ୍ରେମରେ ପ୍ରେମର ଗନ୍ଧରେ ।


ମାଆ ଟିଏ ସିଏ ନିତି ଭାବୁଥାଏ 

ନିଜ ସନ୍ତାନର ମଙ୍ଗଳ

ନିଜର ସନ୍ତାନ ନିଜର ଜୀବନ

ମାଆ ଜୀବନର ସଫଳ ।


Rate this content
Log in

Similar oriya poem from Inspirational