ମାଆ ଗୋ ତୁଳସୀ
ମାଆ ଗୋ ତୁଳସୀ
ମାଆ ଗୋ ତୁଳସୀ ନିତ୍ୟ ତୁ ବନ୍ଦିତା
ବିଷ୍ଣୁ ଶିରୋପରେ ସଦା ତୁ ଶୋଭିତା
ଦୁଆରେ ଦୁଆରେ, ଚଉରା ଉପରେ
ବସିଥାଅ ମାତା ତୁଳସୀ ବୃକ୍ଷରେ.
ପୂଜା ପାଅ ବୃନ୍ଦାମାତା. l0l
ଆଶିଷେ ତୋହର ରୋଗ ଶୋକ ହରେ
ନୂଆ ବୋହୂଟିଏ ସଞ୍ଜ ସକାଳରେ
ଧୂପ ଦିପ ଦେଇ, କରୁଣା ଲୋଡ଼ଇ
ଭକତି ଡୋରିରେ ତୋର ବାନ୍ଧି ହୋଇ.
ଆଶିଷେ ଜଗତ ଜିତା. l1l
ରାହାସ କୁଞ୍ଜରେ କୃଷ୍ଣଙ୍କ ମନରେ
ପ୍ରୀତି ଜନ୍ମାଇଲ ପ୍ରେମ ପୁଲକରେ
କାନ୍ଧରେ ବସାଇ, କୃଷ୍ଣ ହରିନେଇ
ଗୋପିଗଣେ ପ୍ରଭୁ କେଡେ ଧୋକା ଦେଇ
ଫିକା ହେଲା ରାସ ଯାତ୍ରା. l2l
ପତିଭକ୍ତା ନାରୀ ଜଳନ୍ଧରେ ବରି
ସତୀତ୍ଵ ତୁମର କପଟରେ ହରି
ବଧି ଜଳନ୍ଧର, ଅଭିଶାପେ ତୋର
ପାଷାଣ ହୋଇଲେ ତ୍ରିଭୁବନେଶ୍ୱର
ଶିରେ ଶୋଭା ବୃନ୍ଦାମାତା. l3l
