STORYMIRROR

Kalandi pal

Inspirational

3  

Kalandi pal

Inspirational

ମାଆ ଗୋ ତୁଳସୀ

ମାଆ ଗୋ ତୁଳସୀ

1 min
407


ମାଆ ଗୋ ତୁଳସୀ ନିତ୍ୟ ତୁ ବନ୍ଦିତା 

ବିଷ୍ଣୁ ଶିରୋପରେ ସଦା ତୁ ଶୋଭିତା 

ଦୁଆରେ ଦୁଆରେ, ଚଉରା ଉପରେ

ବସିଥାଅ ମାତା ତୁଳସୀ ବୃକ୍ଷରେ.

    ପୂଜା ପାଅ ବୃନ୍ଦାମାତା. l0l


ଆଶିଷେ ତୋହର ରୋଗ ଶୋକ ହରେ

ନୂଆ ବୋହୂଟିଏ ସଞ୍ଜ ସକାଳରେ

ଧୂପ ଦିପ ଦେଇ, କରୁଣା ଲୋଡ଼ଇ

ଭକତି ଡୋରିରେ ତୋର ବାନ୍ଧି ହୋଇ.

      ଆଶିଷେ ଜଗତ ଜିତା. l1l


ରାହାସ କୁଞ୍ଜରେ କୃଷ୍ଣଙ୍କ ମନରେ

ପ୍ରୀତି ଜନ୍ମାଇଲ ପ୍ରେମ ପୁଲକରେ

କାନ୍ଧରେ ବସାଇ, କୃଷ୍ଣ ହରିନେଇ

ଗୋପିଗଣେ ପ୍ରଭୁ କେଡେ ଧୋକା ଦେଇ

     ଫିକା ହେଲା ରାସ ଯାତ୍ରା. l2l


ପତିଭକ୍ତା ନାରୀ ଜଳନ୍ଧରେ ବରି

ସତୀତ୍ଵ ତୁମର କପଟରେ ହରି

ବଧି ଜଳନ୍ଧର, ଅଭିଶାପେ ତୋର

ପାଷାଣ ହୋଇଲେ ତ୍ରିଭୁବନେଶ୍ୱର

     ଶିରେ ଶୋଭା ବୃନ୍ଦାମାତା. l3l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational