Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalandi pal

Inspirational

3  

Kalandi pal

Inspirational

ମାଆ ଗଜ ବାହନରେ ଆସୁଛି

ମାଆ ଗଜ ବାହନରେ ଆସୁଛି

1 min
249



ସରାଗେ ପଦୁଅଁ ତୋଳିଛି

   ଫୁଲ ଥାଳିଆ ସଜେଇ ରଖିଛି ,

ଘର ଲିପା ପୋଛା ସାରିଛି

    ଘରେ ଲକ୍ଷ୍ମୀ ପାଦ ଚିହ୍ନ ଆଙ୍କିଛି ,

ଚାହିଁଛି ଚାହିଁଛି ମାଆ ଆସିବାକୁ

ମାଆ ଗଜ ବାହନରେ ଆସୁଛି , l0l


ବନ୍ଦାପନା ମାଗୋ କରିବି

    ତୋତେ ଘରକୁ ପାଛୋଟି ଆଣିବି ,

ଗଙ୍ଗା ଜଳେ ପାଦ ଧୋଇବି

    ତୋର ଚରଣ ରେଣୁକୁ ପାଇବି ,

ନୂଆ ଖଟୁଲିରେ ନୂଆ ବାସ ଦେଇ

 ମାଆ ଆସନ ସଜାଇ ରଖିଛି , l୧l


ଧୂପ ଦୀପେ ପୂଜା କରିବି

ଝୁଣା ଧୂଆଁରେ ତୋ ଅଙ୍ଗ ଧୋଇବି ,

କର୍ପୁର ଚନ୍ଦନ ଲଗାଇ

ପାଦେ ପୂଜିବି ମୁଁ ଭୋଗ ଲଗାଇ ,

ମନା କରିବୁନି ପ୍ରସାଦ ସେବିବୁ

ମାଆ ସରାଗେ ତୋ ପାଇଁ ରାନ୍ଧିଛି , l୨l



Rate this content
Log in

Similar oriya poem from Inspirational