Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Binodini Dash

Abstract Fantasy

4  

Binodini Dash

Abstract Fantasy

ମାଆ ଦଶଭୁଜା

ମାଆ ଦଶଭୁଜା

1 min
219


(ଛନ୍ଦ-କୌଶିକ)


ମାଆ ଦଶଭୁଜା ଉଡ଼ାଇଣ ଧ୍ବଜା

ଆସ ଅବତରି ମରତ

ଶରତ ଶୋଭାରେ ଆଶ୍ବିନ ମାସରେ

ସ୍ଥାନେ ସ୍ଥାନେ ହୁଅ ପୂଜିତ

କୀରତି ଗାଥା

ସ୍ମରଣରେ ଜାଗେ ହୃଦୟ

ଅସୁର ସଂହାର ରୂପଟି ତୁମର

ସତେ କି ଚେତନା ଉଦୟ !


ଜଗତ କଲ୍ୟାଣୀ ସିଂହବାହିନୀ

ଦଶଭୂଜା ମା' ଗୋ ଅମ୍ବିକା

ଦଶ ହାତେ ତୁମ ଦଶଟି ଆୟୁଧ

ସତେ ସମାଜ ଦୀପଶିଖା !

ଦେଖି ନେତ୍ରରେ

ଦୁଷ୍ଟ ହୁଅଇ ହରବର

ଶିଷ୍ଠ ମନରେ ଶତସିଂହ ବଳ

ବିପଦୁ ହେବା ପାଇଁ ପାର ।


ଦଶଟି ଅସ୍ତ୍ରରେ ଦଶ ଇନ୍ଦ୍ରିୟକୁ

କରନ୍ତୁ ମା' ପରିଚାଳିତ

ମନୁ ପରିତ୍ୟେଜି ଷଡ଼ ବିକାରକୁ

ମାନବ ଲଭନ୍ତା ଅମୃତ

ତାହାର ପାନେ 

ଜୀବନଟି ଅମୃତମୟ

ଶାନ୍ତି, ତୃପ୍ତି ଜଳେ କରି ମନ ଧୌତ

ତୁମ ପାଦେ ରଖନ୍ତା ଲୟ ।


Rate this content
Log in

Similar oriya poem from Abstract