STORYMIRROR

Samar Ballav Bhoi

Classics Inspirational

4  

Samar Ballav Bhoi

Classics Inspirational

ମାଆ ବରୁଣେଇ

ମାଆ ବରୁଣେଇ

1 min
202


ଖୋର୍ଦ୍ଧା ଜିଲ୍ଲାର ପ୍ରତିଷ୍ଠିତ ଦେବୀ

ବିଶ୍ବାସ ଭରସାର ଦେବୀ 

ମାଆ ବରୁଣେଇ ମାଆ

ବରୁଣେଇ ପାହଡ଼େ ଭଉଣୀଙ୍କ ସାଙ୍ଗେ

ବିଜେ କରିଛ ମନ୍ଦିର ବାମ ପାର୍ଶ୍ବରେ 

ବିରାଜିତ ସିଂହାସନ କଳା କଳା

ମୁଗୁନି ପଥରେ।।

 

ଯୁଦ୍ଧା ବେଶେ ସଜ୍ଜିତା 

ମାଆ ବରୁଣେଇ ମାଆ

ଅଠର ଇଞ୍ଚିର ମୂରତି ମାଆଙ୍କ

ଦିଶେ ବଡ଼ ସୁଶୋଭିତ

ତୁମ ନାଭିସ୍ଥଳ ଦେଇ ପାଦତଳେ

ଅଦଲକୁଣ୍ଡ ଝରଣା ଟି ଝରେ।।


ବରୁଣେଇ ପାହାଡ଼ଟି କୁଣ୍ଡା ପଥରେ ଭର୍ତ୍ତି 

ଅତି ଶୋଭାମୟୀ ଲାଗେ ତୁମ ମନ୍ଦିର

ଅପାର ଶୋଭାରାଜି ବର୍ଣ୍ଣନା କରିବା 

ଭାଷା ମିଳେ ନାହିଁ ଅଭିଧାନେ

ତୁମକୁ ବର୍ଣ୍ଣନା ପାଇଁ

ଦିବ୍ୟଦର୍ଶନ ଯିଏ ପାଇଥାଏ 

ତୁମ କୃପା ବାରି ଝରୁଥାଏ ବାରେ

ସେ ଭକ୍ତ ର ଉପରେ ।


ପରାଧୀନତାର ଶୃଙ୍ଖଳେ ଯେବେ

ପଡି ରହିଥିଲା ଆମରି ଦେଶ,

ବିଦ୍ରୋହୀ ସାଜିଣ ଖୋର୍ଦ୍ଧାର ପାଇକେ

ସୁସଜ୍ଜିତେ ଯୋଦ୍ଧା ବେଶ

ଏହି ପାହାଡେ ଲୁଚି ରହି ସର୍ବେ

ଭାରତମାତା ର ରକ୍ଷା ପାଇଁ 

ଲଢ଼ି ଚାଲିଥିଲେ ଇଂରେଜ ସାଥେ

ଆମକୁ ସ୍ବାଧୀନତା ଦେବା ପାଇଁ ।।


ଜୟୀ ରାଜଗୁରୁ ବରୁଣେଇ ପୂଜି

ହୋଇଥିଲେ ଜଗତ ପୂଜ୍ୟ 

ଇତିହାସ ରଚି ଅମର ହୋଇଲେ

ଥିଲା କେତେ ତାଙ୍କ ଧୈର୍ଯ୍ୟ ନିଷ୍ଠାପର

ମାଆ ବରୁଣେଇଙ୍କ ଆଶିର୍ବାଦେ

ଖୋର୍ଦ୍ଧା ଯେ ଅଜେୟ ଥିଲା 

ବୀର ସୁର ଜନ୍ମ ଦେଇ ବରୁଣେଇ 

ପୃଥିବୀ ପ୍ରସିଦ୍ଧ ହେଲା।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics