STORYMIRROR

Pranati Mahapatra

Inspirational

4  

Pranati Mahapatra

Inspirational

ମାଆ ବୃନ୍ଦାବତୀ

ମାଆ ବୃନ୍ଦାବତୀ

1 min
535

ପବିତ୍ର ତୁଳସୀ ବୃକ୍ଷ ଓଡିଆଙ୍କ

 ଘରେ ଘରେ ପୂଜାହୁଏ,

ତୁଳସୀର ପତ୍ର, ଡାଳ ,ଚେର ,ମୂଳ 

ମହୌଷଧି ହୋଇଥାଏ,

ପ୍ରକୃତି ସୁରକ୍ଷା ଦିଏ

ଆମ ଧର୍ମ ,ସଂସ୍କୃତିରେ ତୁଳସୀଙ୍କୁ

 ଶ୍ରେଷ୍ଠ ମାନ୍ୟ ଦିଆଯାଏ।


ବିଶେଷ ଭାବେ ଧର୍ମମାସ କାର୍ତ୍ତିକେ

 ତୁଳସୀ ବହୁଳ ପୂଜା,

ଧୂପଦୀପ ,ପୁଷ୍ପ,ଫଳ,ଜଳ ସହ

 ଅଖଣ୍ଡ ଦୀପ ଯେ ଧ୍ଵଜା,

ତୁଳସୀଙ୍କ ଜପାମାଳା

ବିଷ୍ଣୁ ନାମ ଭଳି ବୀଜମନ୍ତ୍ର ଜପ

ସନ୍ତୁଷ୍ଟ ଥା'ନ୍ତି ଦେବତା।


ପୁରାଣେ ବର୍ଣ୍ଣିତ ରାଜା ଧର୍ମଧ୍ଵଜ

ରାଣୀ ମାଧବୀଙ୍କ କନ୍ୟା,

ପବିତ୍ର କାର୍ତ୍ତିକେ କୃଷ୍ଣ ବୃନ୍ଦାବନେ

ରାସସ୍ଥଳୀ ଯେ ପୂର୍ଣ୍ଣିମା ,

ଶ୍ରୀରାଧା ଆଉ ସୁଦାମା

ହୋଇ ଶାପଗ୍ରସ୍ତ ଶଙ୍ଖଚୂଡ଼ ରାକ୍ଷସ

 ସହ ବିବାହ ଯେ ବୃନ୍ଦା।


 ଶାପମୁକ୍ତ ତପ ଫଳର ସ୍ବରୂପ

 ତୁଳସୀ ଦିବ୍ୟସ୍ଵରୁପ,

ବୈକୁଣ୍ଠରେ ଲକ୍ଷ୍ମୀ ସହ ବିଷ୍ଣୁପ୍ରିୟା

କରିଥିଲେ ଜାଣ ବାସ,

କେତେ ନାମ ମାଆଙ୍କର

ବୈଷ୍ଣବୀ, ବିଷ୍ଣୁ ବଲ୍ଲଭା,ହରିପ୍ରିୟା

କୃଷ୍ଣଜୀବନୀ ଏକଇ ରୂପ ।


ମହାପ୍ରଭୁ ମହାନାୟକଙ୍କର ଯେ

ଅତିପ୍ରିୟ ମା'ତୁଳସୀ,

ନାନା ନୀତିକ୍ରାନ୍ତି ନାନା ବେଶ ମଧ୍ୟେ

ନିଶ୍ଚୟ ମାଳ ତୁଳସୀ,

ହେଉ ଥାଉ ଅବା ଶୁଷ୍କ

ରଥେପଥେ ଅବା ଥିଲେ ଯେଉଁଠାରେ 

ଶିରେ ଶୋଭା ମାଆ ତୁଳସୀ ।


ସର୍ବ ପୁଷ୍ପଠାରୁ ଉତ୍ପଳ ଯେ ପ୍ରିୟ

ତା'ଠାରୁ ଯେ ପଦ୍ମଫୁଲ,

ପଦ୍ମଠାରୁ ଶତଦଳ,ତା'ଠାରୁ ଯେ

 ସହସ୍ରଦଳ ର ଫୁଲ,

ପୁଣି ଶ୍ଵେତପଦ୍ମ ଫୁଲ

ସହସ୍ର ଶ୍ଵେତପଦ୍ମ ଠାରୁ ଅଧିକ 

ତୁଳସୀ ଅଟଇ ମୂଲ ।


କୃଷ୍ଣଙ୍କର ପ୍ରିୟ ମାଆ ଯେ ତୁଳସୀ

ପତ୍ର,ଡାଳ,ଚେର ପୂଜା,

ନ ମିଳିଲେ କିଛି ତୁଳସୀ ମୃତ୍ତିକା

ସନ୍ତୁଷ୍ଟ କାଳିଆ ରଜା,

ମୂଳେ ସର୍ବ ତୀର୍ଥ ସ୍ଥଳ

ପତ୍ର ଡାଳ ଶାଖା ଶିରାପ୍ରଶିରାରେ

ବାସ କରନ୍ତି ଦେବତା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational