ମାଆ ବିମଳେଇ
ମାଆ ବିମଳେଇ
ଉତ୍କର୍ଷକଳାର ଦେଶ ଏ ଦେଶ ଉତ୍କଳେ
ବିମଳେଇ ବାସକଲୁ ପୁଣ୍ୟ ନୀଳାଚଳେ l
ଶ୍ରୀପୀଠରେ ବିଜେକରି ସୁରନର ପୂଜ୍ୟା
କୈବଲ୍ୟଲୋଭିନି ମାତ ଉଡ଼ାଇଛୁ ଧ୍ଵଜା l
ଆଦ୍ୟ ଶକ୍ତିପୀଠ ନାମେ ଭାରତେ ବିଦିତ
ଦକ୍ଷ ଯଜ୍ଞ କାଳେ ସତୀ ପାଦ ନିପତିତ l
ଶିବବର ଲଭି ମାତେ ଶ୍ରୀକ୍ଷେତ୍ରେ ବସିଲୁ
ଶ୍ରୀହରିଙ୍କ କୈବଲ୍ୟକୁ ହରଷେ ଗ୍ରାସିଲୁ l
ଶ୍ରିହରିଙ୍କ ନଇବେଦ୍ୟ ଲଭି ତୋ ଆଘ୍ରାଣ
ଶ୍ରୀମହାପ୍ରସାଦ ହୋଇ ଅବହେଳେ ପୁଣ l
ଶ୍ରୀକ୍ଷେତ୍ରରେ ଅବସ୍ଥିତି ଭୈରବୀ ରୁପରେ
ଭୈରବରୂପେ ବସନ୍ତି ଯହିଁ ଦେବ ହରେ l
ବିମଳଦାୟିନୀ ମାତା ନାମ ତୋ ବିମଳା
ଦିବ୍ୟାନନ୍ଦମୟୀ ଭାବେ ସନ୍ତାନ ବତ୍ସଳା l
ବ
ସର୍ବକଲ୍ୟାଣ ଦାୟିନୀ ମାଆ ବିମଳେଇ
ମାଆ ନାମ ସୁମରିଲେ ସଙ୍କଟ ପଳାଇ l
ପ୍ରାଣୀଙ୍କର ଗତି ମୁକ୍ତି ମାଆ ବିମଳେଇ
ବିମଳେଇ ବିମଳେଇ ହେଉଥାଇ ମୁହିଁ l