STORYMIRROR

Purnima Prusty

Abstract

2  

Purnima Prusty

Abstract

ମା '

ମା '

1 min
3.2K

ଶୂନ୍ୟ ଜୀବନଟା ଲାଗେ ଯେବେ ବ୍ୟର୍ଥ

ଅର୍ଥ ଦେଇ ସେ,, ଯେ କରଇ କୃତାର୍ଥ

ହାରିବାର ଭୟ,,, ମନୁ କାଢି ଦେଇ

              ଜିତିବା ଶିଖାଇ ଦିଏ

ମୁଁହ ଦେଖି ଦେଲେ ପେଟ ଜାଣି ଦିଏ

ଆଖି ଦେଖି ଦେଇ,, ମନ ବୁଝି ଯାଏ

ପୁରା ସଂସାରଟା ନର୍କ ଲାଗେ ଏଠି

            କୋଳରେ ତାହାର ସ୍ୱର୍ଗ ମିଳିଯାଏ

ଅଶାନ୍ତ ପ୍ରାଣକୁ,,,, ଶାନ୍ତ କରିଦିଏ

ଘନ ଅନ୍ଧକାରେ ସାହା ହେଇଥାଏ

ସ୍ୱାର୍ଥହୀନ ସାଥି ସଦା ସାଜିଥାଏ

         ପ୍ରେମର ପ୍ରଥମ ନାମଟି ସିଏ

ଶୁଖିଲା ମୁହଁରେ ଚମକ ସେ ଆଣେ

କଥାରେ ସତେ କି ତା,,,ଯାଦୁ ଥାଏ

ଶ୍ରଦ୍ଧା ବିଶ୍ୱାସ ଶେଷ ସୀମା ସେଠି 

        ଏପରି ଦୁର୍ଲଭ ସମ୍ପର୍କ ଟିଏ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract