STORYMIRROR

Puja Pradhan

Abstract Others

4  

Puja Pradhan

Abstract Others

ମା

ମା

1 min
344

ମା,ଙ୍କ ପାଖରେ ଏତିକି ଗୁହାରୀ

  ଏତିକି ମାଗୁଣି ମୋର

ସବୁବେଳ ପାଇଁ ରଖିବୁ ଘୋଡେଇ

 ସ୍ନେହ ର ପଣତ ତୋର

 ସେହି ସ୍ନେହ ରେ ଏହି ମନମୋର

   ଏପରି ବାନ୍ଧି ହୋଇଛି

 ଜୀବନରେ ମୋର କେତେ

   ସୁଖ, ଦୁଃଖ ବି ଆସିଛି

  ତୋରି ନାଁ କୁ ଭରସା କରି ମୁଁ 

    ପ୍ରତି ମୁହୂର୍ତ ରେ ବାଟ ଚାଲିଛି

  ଅଚିହ୍ନା ସମ୍ପର୍କ କେଜାଣି କେମିତି

   ଅତି ଆପଣାର ହେଲା

  ସମୟ ସୂତାରେ ଅଦେଖା ହାତରେ

   ସ୍ନେହ ର ଫୁଲରେ ହାରଟିଏ ହୋଇଗଲା 

 ତୋରି ଆଶିଷ କରୁଣା କୃପା କୁ

   ଆମ ହାତେ ବାନ୍ଧି ଦେଲୁ

ଦୁଃଖ ଦରିଆରୁ ପାରି କରି ମୋତେ

   ଅଚିହ୍ନା ବାଟକୁ ନେଲୁ

 ତୁ ଏକା ଜାଣିଛୁ କିପରି ଭାବରେ

   ଆମ ଦୁହିଁଙ୍କୁ ଗୋଟିଏ ମନ କରିଲୁ

 ନିଜଠାରୁ ହେଲେ ଅତି ଆପଣାର

   ମନର ମଣିଷ ମୋର

 ଯାହା ହାତ ସହ ମୋ ହାତକୁ

   ଏହିପରି ତୁ ବାନ୍ଧିଛୁ

  ସ୍ୱାମୀ ନୁହେଁ ମୋ ମନର ଦେବତା

    ତାଙ୍କୁ ଉପହାର ଦେଇଛୁ

  ତୋରି ଦୟାରୁ ଅଗଣାରେ ମୋର

    ଦୁଇଟି ଫୁଲ ଫୁଟିଛି

   ସେମାନଙ୍କ ସହ ସକାଳ ରୁ ସଞ୍ଜ

    ସଞ୍ଜରୁ ସକାଳ ବିତି ଚାଲିଛି

   ନିଜେ ଜାଣେ ନାହିଁ ଦିନ, ମାସ, ବିତି

     ବର୍ଷ ପରେ ବର୍ଷ ହୋଇଛି

   ସମୟ ଆମକୁ କେଉଁଠାରୁ ଆଣି

    ନୂଆଁ ପରିଚୟ ଦେଇଛି

   ବାପା, ବୋଉ, ହୋଇ ସତରେ ଯେପରି

     ଅନେକ ଦାୟିତ୍ୱ ବଢ଼ି ଯାଇଛି

   ତୁମରି କରୁଣା ସ୍ନେହର ପରଷ

      ସବୁଦିନ ପାଇଁ ସାଥିରେ ଥାଉ

    ମା ଲୋ ଏତିକି ମାଗୁଣି ମୋର

     ତୋ ପାଦରେ ରହିଥିବ

   ସବୁ ବେଳ ପାଇଁ ତୋର ଏ ନଜର

    ମୋ ପରିବାର ସାଥିରେ ଥିବ l

   

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract