STORYMIRROR

Bikesh Sahu

Inspirational

3  

Bikesh Sahu

Inspirational

ମା'

ମା'

1 min
26.3K


ମୁଁ ଜନ୍ମ ହେବା ପରେ ପରେ

ତୁମେ ହିଁ ତ ମୋ ଅନ୍ତିମ ସାହାରା

ଏଇ ଅଚିହ୍ନା ବିଶାଳ ଦୁନିଆର

ସ୍ଵାର୍ଥ ସର୍ବସ୍ୱ ମଣିଷ ମାନଙ୍କ ଭିତରେ

 ତୁମେ ହିଁ ତ ଏକ ମାତ୍ର ନିସ୍ୱାର୍ଥର ପ୍ରତୀକ

ସମ୍ପର୍କ ନାମକୁ ସାର୍ଥକ କରୁଥିବା

ପ୍ରତିନିଧିତ୍ୱର ଏକ ମାତ୍ର ଚରିତ୍ର....।


ତୁମ ମମତାର ପ୍ରତିଟି ବିନ୍ଦୁରେ

ଆଜି ଗଢ଼ା ହୋଇଛି ମୋ ଶରୀରର

ପ୍ରତିଟି ହାଡ଼ ମାଂସ ଆଉ ଶୋଣିତ

ମୋ ପ୍ରତିଟି ଶିରା ପ୍ରଶିରାରେ ଭରିରହିଛି 

ତୁମରି ଶରୀରର ପ୍ରତିଟି ରକ୍ତବିନ୍ଦୁ

ଯାହା ପୁଣି ଥିବ ଅନ୍ତିମ ପର୍ଯ୍ୟନ୍ତ

ଆଉ ମୋ ଭିତରେ ଥିବ ସଦା ତୁମରି ଅସ୍ତିତ୍ୱ.....।


ମୁଁ ଠିକ୍ ଦେଖିଛି ଥର ଥର କରି ପ୍ରତି ଥର

ମୁଁ ଖାଇ ସାରି ବିଛଣାରେ ଶୋଇବାର ଅଭିନୟ କଲାବେଳେ

ବଳିପଡିଥିବା ଗଣ୍ଡାଏ ଖାଦ୍ୟକୁ ଖାଇଦେଇ

ଗ୍ଲାସେ ପାଣି ପିଇ ଶୋଇ ଯିବାର ଦୃଶ୍ୟ

ରାତିଟା ସାରା ମୁଣ୍ଡ ଉପରେ ହାତ ରଖି

ମୋ ଆଗାମୀ ଉଜ୍ଜଳ ଜୀବନର

ସ୍ୱପ୍ନ ଦେଖୁଥିବାର ପ୍ରତିଟି ମୁହୁର୍ତ୍ତ ...। 


ପ୍ରତିଟି ପର୍ବରେ ମୋ ପାଇଁ ନୂଆ ଜାମା କିଣ

ଆଉ ମୋ ଖୁସି ଭିତରେ ନିଜେ ସବୁ ଖୁସି ପାଅ

ହେଲେ ସେ ସବୁ ତ ଗୋଟେ ଅଭିନୟ ମାତ୍ର

ମୋତେ ଖୁସି ହେବାର ଦେଖିବାକୁ

ହେଲେ ମୁଁ ଠିକ୍ ଦେଖିଛି ଡିବିରି ଆଲୁଅରେ  

ତୁମ ପିନ୍ଧିଥିବା ଚିରା ଲୁଗା କୁ ହାତରେ ସିଲେଇ କରୁଥିବାର

ପ୍ରତ୍ୟକଟି କରୁଣ ମୁହୁର୍ତ୍ତ ....।


ସତରେ ତୁମ ପାଇଁ ଯେତେ କହିଲେ ସେତେ କମ

ତୁମେତ ଆକାଶଠୁ ବିଶାଳ ଆଉ 

ସମୁଦ୍ର ଠୁ ବି ଢେର ଗୁଣରେ ଗଭୀର

ତମକୁ ବା କେମିତି ଏଇ କେତେ ଗୁଡିଏ ଶବ୍ଦ ଭିତରେ 

ମୁଁ କରିପାରିବି ବନ୍ଦୀ

ତୁମେ ତ ଚୀର ଅନନ୍ତା ସ୍ନେହ ଆଉ ମମତାର ଅପୂର୍ବ ସମନ୍ୱୟ ।


BIKESH SAHU


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational