STORYMIRROR

JAMINEE JYOTI JENA

Inspirational

3  

JAMINEE JYOTI JENA

Inspirational

ମା

ମା

1 min
208

ବର୍ଣ୍ଣନା କରିବା ଅସମ୍ଭବ ହୁଏ..


ମୋ ପକ୍ଷରେ ତୁମ ପାଇଁ 


କେଉଁଠୁ ପାଇବି... ଶବ୍ଦର ସଂଯୋଗ


 ମା ମୁଁ ଯେ ତୁମ ପାଇଁ


 ଜନନୀ ତୁମେ ସୃଷ୍ଟିର ଆରମ୍ଭ ତୁମେ


 ତୁମ୍ଭ ପାଦ ପଦ୍ମ ତଳେ ସଂସାରର ବାସ...


ମାତା ରୂପେ କର ତୁମେ ସଂସାର ପାଳନ


ଭଗ୍ନୀ ରୂପେ ଯୋଡି ଦିଅ ପ୍ରୀତିର ବନ୍ଧନ


 ସ୍ତ୍ରୀ ରୂପରେ ଆସି ସ୍ନେହର ପ୍ରଦୀପ ଜଳାଇ 


ସଂସାରର ରଥ ଚକ ଆଗକୁ ଗଡା଼ଅ..


ସହନଶୀଳତାର ଅମୃତ ପାନ କରି


ଦୁଃଖର ଦରିଆରେ ସୁଖ ଜୁଆର ସୃଷ୍ଟି କର


ତୁମେ ହିଁ ମା.... 


ତୁମ ପାଦ ତଳେ ସତ କୋଟି ପ୍ରଣାମ..... ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational