STORYMIRROR

Prafulla Chandra Mishra

Inspirational Others

2  

Prafulla Chandra Mishra

Inspirational Others

ମା'

ମା'

1 min
14.3K


• ମା' ବିନା ଧରା ନିଶ୍ଚଳ ନିର୍ଜିବ ମାତୃଶକ୍ତି ମହାବଳ,

• ମା' ଗଢିଅଛି ଏ ସଂସାର ସିନା ତା ବିନା ସବୁ ଅସାର ।।


• ମାତୃଶକ୍ତି ହୀନ ସ୍ବୟଂ ଶିବ ଶବ ସମାନ ଦିଶନ୍ତି ପରା,

• ମା' ଶକ୍ତି ବଳେ ମୋଚନ ହୁଅଇ ସଂସାରୁ ଦୁଃଖର କାରା ।।


• ମାତୃମୟ ଏହି ବିଶ୍ବ ଭୁବନ ମା'ବିନା କାହିଁ ସୃଷ୍ଟି

• ସନ୍ତାନ ଶରୀର ବଜ୍ର କରିପାରେ ମାଆ ର ଦିବ୍ୟ ଦୃଷ୍ଟି ।।


• ମା' ସେବା କଲେ କୋଟି ଜନ୍ମ ପାପ ଅଚିରେ ଦୂରେଇ ଯାଏ,

• ମା’ର ମମତା ଅମୃତ ସମାନ ତା ସମାନ ନାହିଁ କିଏ ।।

• ଦେବୀ ଦୁର୍ଗା,ଲକ୍ଷ୍ମୀ,ସରସ୍ବତୀ ବିଦ୍ୟା,ଧନ,ଐଶର୍ଯ୍ୟ ଦାତ୍ରୀ,

• ମାଆ ରୂପେ ତାଙ୍କୁ ତିନିଲୋକ ଲୋକ ଆରାଧନା କରିଥାନ୍ତି ।।


• ଏ ମାଟି ଧରିତ୍ରୀ ମାଆ ପରି ସହେ କେତେ ଅଳି ଅରଦଳି,

• ସର୍ବଂସହା ମାଟି ମା' ମୋ ଜନନୀ ସଭିଙ୍କୁ ରଖିଛି ଧରି ।।


• ଗରଭଧାରିଣୀ ଜନମ ଦାୟିନୀ ଏ ଶରିର ଗଢିଥାଏ,

• ଦଶମାସ ଦଶଦିନ ଗର୍ଭେ ଧରି ଜନମ ତ ଦେଇଥାଏ ।।


• ସେନେହ,ମମତା,ଆଦର,ଆଶିଷ,ଦୁଃଖ, ଦୁର୍ଦ୍ଦିନର ସାହା,

• କେହି ନୁହେଁ କେହି ରଖି ନପାରଇ ରଖିଥାଏ ଏକା ମା’ ।।


• ସଂସାର ଜଞ୍ଜାଳେ ଥକିଗଲାବେଳେ ମା' ମନେ ପଡିଯାଏ,

• ଉଚ୍ଚାରଣ କ୍ଷଣେ ବିଶଲ୍ୟକରଣୀ ସମ ଉପସମ ହୁଏ ।।


• କୋଟିଏ କୁପୁତ୍ର ଜନ୍ମ ନେଇପାରେ କୁମାତା ନମିଳେ କାହିଁ,

• ତା ପଣତ ତଳେ ସଂସାରର ସୁଖ ମୃତ୍ୟୁ ଛୁଇଁ ପାରେ ନାହିଁ ।।


• ଏକାକ୍ଷରୀ ‌ଶଦ୍ଦ ଅଲଭ୍ୟ ଅମୃତ ଅନନ୍ୟ ଶଦ୍ଦ କୋଷରେ,

• ମା' ସେହି ଶଦ୍ଦ ପୀୟୂଷ ନିନାଦ ହୁଅଇ ତିନିଲୋକରେ ।।


• ସେହି ଦେବୀ ସେହି ସର୍ବଂସହା ମା ଜନମ ଦାୟିନୀ ସେହି.

• ତାପଦ କମଳ ପ୍ରଫୁଲ୍ଲ ଫୁଲରେ ନିତ୍ୟ ବନ୍ଦେ ନିତ୍ୟ ଧ୍ୟାୟୀ ।।


---------- -------------------- ----------

କବି ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳାଯୋଡି , ଖୋର୍ଦ୍ଧା







Rate this content
Log in

Similar oriya poem from Inspirational