ମା ତୋ ଠୁ ଦୂରେ ଆସିବା ପରେ
ମା ତୋ ଠୁ ଦୂରେ ଆସିବା ପରେ
ମା ..ତୋ ଠୁ ଦୂରେ ଆସିବା ପରେ .... ଆଉ କୋଉ ସଂପର୍କ କାହା ସହ, ସେ କକା ଅବା ମଉସା ...କାକୀ ବା ଖୁଡି ସଭିଏଁ ତ ତତେ ନେଇ ମୋ ସାଥେ ହେଇଥିଲେ ଯୋଡି ।
ହୋଉ ଠିକ୍ ଅଛି ...ଭାବିଲି....ନୂଆ ବନ୍ଧୁତା ସୃଷ୍ଟି କରିବା, କିନ୍ତୁ ବିଶ୍ବାସ କରିବ ବା କିଏ ...ଏତେ ଭଲପାଇଥିବା ମା କୁ ଯେ ଘୃଣା କରେ ...ତାକୁ ଭଲ କେ କଣ ପାଇପାରେ ।
ହଉ ନହେଲେ ନାହିଁ ବନ୍ଧୁ କୁଟୁମ୍ବ ....ମୋ ପାଶେ ବଳ ବୁଦ୍ଧି ...ଅଛି ଧନ ସଂପତ୍ତି ...କିନ୍ତୁ ମା ଯଦି ବଡ କରିନଥାନ୍ତା ପାଳି ପୋଷି ....ମିଳିଥାନ୍ତା କି ଏ ସବୁକିଛି ।
ସ୍ତ୍ରୀ କହିଲା ଚିନ୍ତା କାହିଁ ପ୍ରାଣପତି ...ମୁ ତୁମ ହୃଦୟ ରାଣୀ ତୁମ ଜୀବନ ସାଥୀ ...ଟିକେ ହସିଦେଇ କହିଲି ...ସେ ବାହାଘର କିପରି ନିଜର ...ଯଦି ମା ପର ..ବାହାଘର ତ ମା ଆଶୀର୍ବାଦେ ହେଇଥିଲା ଆମର ।
ପୁଣି ହୃଦୟ କହିଲା ମୋ ଉପରେ ତୋ କି ଅଧିକାର ....ମୁ ତ ଛୋଟ ଟୁକୁଡା ତୋ ମା ହୃଦୟର ।।
