STORYMIRROR

Suresh chandra Padhy

Inspirational

3  

Suresh chandra Padhy

Inspirational

ମା ତୋ କୋଳ

ମା ତୋ କୋଳ

1 min
214


ମା ତୋ କୋଳ ସରଗ ମୋର

   କେମିତି କହିବି ଆଉ

ମା ନାମ ତୋ ଭାରି ମଧୁର

   ତା ପରି ନାହିଁ କେ ଆଉ

ମା ତୋ ହାତ ରନ୍ଧା ଅମୃତ 

    ଲୋଡ଼ା ନାହିଁ କିଛି ଆଉ

ମା ତୋ ପଣତେ ମିଳେ ଶାନ୍ତି

    ସୁଖ ଚାହେଁ ନାହିଁ ଆଉ

ମା ତୁ ସାଙ୍ଗ ପରି ଲାଗୁ ମୋର

  ସାଥି ଟିଏ ଲୋଡ଼ା ନାହିଁ ଆଉ

ମା ତୋ ପାଖେ ଥିଲେ ଭୟ ଯାଏ

   ରାଜ ମହଲ କି ହେବ ଆଉ

ମା ତୁ ମୋ ମନ ବୁଝି ପାରୁ ଏତେ

   ତୋ ବିନା କିଛି ଚାହେଁନା ଆଉ

ମୋ ପାଇଁ କଷ୍ଟ ସହିଛୁ କେତେ

   ତୋ ବିନା ଧନ ଚାହେଁ ନା ଆଉ

ତୋତେ ଦେଖିଲେ ଦୁଃଖ ଚାଲି ଯାଏ

   ତୋ ଠାରୁ ବଡ଼ କେ ହେବ ଆଉ

ତୁ ପାଖେ ପାଖେ ରହିଥିବୁ ମୋର

   ମାଗୁନାହିଁ କିଛି ତୋ ଠାରୁ ଆଉ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational