STORYMIRROR

Prakash Sahoo

Inspirational

3  

Prakash Sahoo

Inspirational

ମା ତୋ ବିଷୟରେ କଣ ଲେଖିବି?

ମା ତୋ ବିଷୟରେ କଣ ଲେଖିବି?

2 mins
27.5K


ମା ତୋ ବିଷୟରେ କଣ ଲେଖିବି?

ମା ତୋ ବିଷୟରେ କଣ ଲେଖିବି?

ଏମିତି କୌଣସି ଲେଖା ନାହିଁ ,

ଯାହା ତୋତେ ଶବ୍ଦ ରେ ସୀମିତ କରିହବ ।

ତୋ ବର୍ଣନା ପୁରା କରିହବ ,

ଏମିତି କୌଣସି ଗ୍ରନ୍ଥ ନାହିଁ ।

ତୁ ମମତା ର ପ୍ରତିମୂର୍ତ୍ତି,

ତୋ ଭିତରେ ସବୁ ଅନ୍ନତ ରହିଛି ।

ସବୁ କାମ ପୂର୍ବ ରୁ ତୋର ଉପଦେଶ ନିଏ ।

ମୋ ଜିତିବାର ମନ୍ତ୍ର ଫୁଙ୍କି ଦିଏ ।

ଆପଣାଙ୍କୁ ପର କରି ମା,

ଅନେକ ଦୁଃଖ ଯନ୍ତ୍ରଣାକୁ ଟପି ମୋରି,

ସେବାରେ ନିଜକୁ ନିୟୋଜିତ କଲୁ।

ଏନ୍ତୁଡ଼ିଶାଳରୁ ପାଳିଲୁ ପୋଷିଲୁ,

ମୋତେ ମଣିଷଟେ କରି ଗଢିଲୁ ମା।

କୌଣସି ପଥରେ ଯିବା ପୂର୍ବରୁ,

ଯେବେ ତୋ ଚରଣ ଛୁଇଁ ଦିଏ ମା ,

ମନରେ ବିଶ୍ୱାସ ଭରିଯାଏ,

କି କେବେ ବିଫଳ ହୋଇ ଫେରିବି ନାହିଁ ।

ତୋର ଆଶୀର୍ବାଦ ତୋର ସାନ୍ତ୍ୱନା,

କେବେ ଭୁଲ ହେଲେ ମୋ ,

ଉପରେ ସବାର ହୋଇ ,

ମୋତେ ବାରମ୍ବାର ଚେତେଇ ଦିଏ ମା।

କିନ୍ତୁ ଏବେ କଣ ଆଉ ହୋଇପାରିବ ମା,

ମୋର ବୟସ ବଢି ଚାଲିଛି ,

ମୁଁ ଆଉ ଆଗ ପରି ହୋଇ ରହି ନାହିଁ ।

ଆଗେ କେବେ ତୋତେ ଛାଡ଼ି ଚାଲିଗଲେ,

ପୁଣି ଦଉଡି ପଳି ଆସୁଥିଲି ।

ଆଉ ତୋ କୋଳରେ ବସି,

ସବୁ ହାଲତ ଶୁଣୁଥିଲି ।

କିନ୍ତୁ ଏବେ ନିଜକୁ ନିଜେ ବୁଝାଇ ନିଏ ।

ସବାଲ ଆଉ ଜଵାବର ଲଢେ଼ଇ ମଧ୍ୟରେ ।

ଛୋଟବେଳେ ଆମ ଛୋଟ ପରିବାର,

ଭିତରେ ମୋତେ ବହୁତ ସମୟ ,

ମିଳୁଥିଲା ତୋ ସାଥେ ମା ।

କିନ୍ତୁ ଏବେ ଜୀବନର ଏହି ଚଲା ପଥରେ,

ମୁଁ ସବୁବେଳେ ବ୍ୟସ୍ତ ରହୁଛି ।

ଏବେ ଘରଠୁ ଦୂରେ ରହି ।

ତୋ ଠୁ ଦୂରେ ରହି ,

ନିଜ କର୍ତ୍ତବ୍ୟ ସମ୍ପାଦନ କରିବାରେ,

ମୁଁ ଏଠି ସେଠି ଘୁରି ବୁଲୁଛି ।

ଯେବେ ମୁଁ ଥକି ଯାଉଛି ,

ଜୀବନ ର ଏହି ଯୁଦ୍ଧ ରେ,

ତୋ କଥା ମୋର ପଡି ଯାଉଛି ମା ।

ଏତେ ବ୍ୟସ୍ତ ଜୀବନ ଭିତରେ,

ଏତେ ବଡ ଦୁନିଆରେ ,

ମୋର ଆଖି ଯେତେବେଳେ ଛଳ ଛଳ ହୁଏ,

ସେତେବେଳେ ତୁ ମୋ ସ୍ମୃତି ଭିତରେ ଆସୁ,

ନିଜ ଉପଦେଶ ର ମୋତେ ,

ଅନୁସରଣ କରେଇବା ପାଇଁ ।

ମୋର ସମସ୍ତ ସଫଳତା ତୋତେ ହିଁ ଖୋଜେ ମା,

ଯେବେ ତୁ ମୋ ପାଖେ ନ ରହୁ। 

ସବୁ କିଛି ପୂରଣ ହୋଇ ବି ମା ,

କିଛି ବି ପୁଣି ବାକି ରହିଯାଏ ।

ମା ତୁ ଅଛୁ ।

ସେଥିପାଇଁ ତ ମୋର ଅସ୍ତିତ୍ୱ ଅଛି।

ଏବେ ମୁଁ ଏହି ଲେଖାର ବିରାମ ଦେଉଛି ।

ଏଠି ସହ ତୋତେ ଦୂରେ ରହି ନମସ୍କାର କରୁଛି ।

 ପ୍ରକାଶ ସାହୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational