ମା ସିଦ୍ଧିଦାତ୍ରୀ
ମା ସିଦ୍ଧିଦାତ୍ରୀ
ନବମ ସ୍ବରୂପ ଅଟେ ଯହୁଁ'' ଦୁର୍ଗାଙ୍କ ହେ ସିଦ୍ଧିଦାତ୍ରୀ
ଜ୍ଞାନ ଭରି ଦେଉ ଥାନ୍ତି ଜୀବେ'' ନାମ ତାଙ୍କ ଜ୍ଞାନଦାତ୍ରୀ !!
କଲ୍ୟାଣମୟୀ ଜନନୀ ଦୁର୍ଗେ'' ଜୀବେ କରୁଣା କରନ୍ତି
ଅନୁପମ ଦିବ୍ୟ ଜ୍ଞାନ ଭକ୍ତେ'' ଶକ୍ତିରୂପା ଦେଇ ଥାନ୍ତି !!
ଦେବ ଦାନବ ମାନବ ତଥା'' ଜୀବ ଜନ୍ତୁ ଚରାଚର
ଜ୍ଞାନଭରି ଦେଇଛନ୍ତି ଦେବୀ'' ହୃଦୟରେ ହିଁ ତାଙ୍କର !!
ନବରାତ୍ର ର ମହିମା ଅଟେ" ଦେବତା ଙ୍କୁ ଅଗଚର
ଅବର୍ଣ୍ଣନୀୟ ରୂପରେ ଦେବୀ'' ମହିଷାସୁକୁ ସଂହାର !!
ସବୁ ସିଦ୍ଧି ହୁଏ ହିଁ ତାହାର'' କଲେ ପ୍ରେମ ଶ୍ରଦ୍ଧା ପ୍ରୀତି
ଜୀବନରେ ମିଳେ ସବୁ ତାକୁ'' ମାନ ସମ୍ମାନ ଓ କୀର୍ତ୍ତି !!
ମଣ୍ଡପରେ ବସି ଥାନ୍ତି ଦେବୀ'' ସିଦ୍ଧିଦାତ୍ରୀଙ୍କ ରୂପରେ
ଆଶୀର୍ବାଦ ଦେଉଥାନ୍ତି ଭକ୍ତେ'' ଭକ୍ତି ଭକ୍ତ ଅନୁସାରେ !!
ମନ୍ତ୍ର ଉଚ୍ଚାରଣ ହେଉ ଅଛି'' ତାଙ୍କ ପୂଜାନ ସ୍ଥଳରେ
ମହୁରୀ ମୃଦଙ୍ଗ ବାଦ୍ୟଯନ୍ତ୍ର" ବାଜୁ ଅଛି ନିରନ୍ତରେ !!
ଶଙ୍ଖ ହୁଳହୁଳି ପଡ଼ୁ ଅଛ ଘଣ୍ଟା ଧ୍ବନି ଶୁଭୁଅଛି
ନବରାତ୍ର ନବଦୁର୍ଗାଙ୍କର " ଭକ୍ତିମୟ ହୋଇଅଛି !!
ରଙ୍ଗ ବିରଙ୍ଗ ବିଜୁଳି ବତି'' କରୁ ଅଛି ମନ ମୁଗ୍ଧ
ପାପୀ ଦୁଷ୍ଟ ମନ ହେଉଅଛି'' ଅତି ତହିଁ ପରା ଦଗ୍ଧ !!
ଦୁଷ୍ଟ ପ୍ରବୃତ୍ତି ର ବିନାଶନେ''ମର୍ତ୍ତ୍ୟପୁରେ ଆବିର୍ଭାବ
ଧର୍ମର ସ୍ଥାପନା ସିଦ୍ଧିଦାତ୍ରୀ '' କରିବେ ଟି ସାରା ବିଶ୍ବ!!
ଅମୃତର କାଳ ଆସିଅଛି '' ଆମରି ଏ ଭାରତରେ
ଆତ୍ମନିର୍ଭର କରିବେ ଦେବୀ ଆମ୍ଭ ଯୁବାଯୁବତୀରେ !!
