ମା' ର ପ୍ରେମ
ମା' ର ପ୍ରେମ
ନାରୀ ହୃଦୟ
କମଳ ସମ କୋମଳ
ସେ ଜନନୀ ପ୍ରେମ ଓ ସ୍ନେହ ପ୍ରଦାୟିନୀ।
ପୁତ୍ର ପାଇଁ କୋଳ
କାଖ କରି ଧରି ରଖିଥାଏ
ପୃଥିବୀ ଯେମିତି ଆମକୁ
ପଶୁ ପକ୍ଷୀ ତରୁଲତା
ଆଧାର ରଚିଛି
ସମସ୍ତ ସଂସାର
ବିଛେଇଛି ସବୁଜ ପଣତ ।
ହେ ଜନନୀ !
ମା' ଧରଣୀ
ପ୍ରେମ ନାମେ ତୁମେ
ପ୍ରେମଲତା, ବିଜୟା ଲକ୍ଷ୍ମୀ
ବିଜେ ନାରାୟଣ ଠାକୁରାଣୀ
ସେ ସୁଲକ୍ଷଣୀ ।
ଧରା ତୁମେ ବସୁମତୀ
ଧାରା ପ୍ରେମଧାରା
ପ୍ଲାବିତ ବକ୍ଷରେ ବହେ-
ଗଙ୍ଗା ଯମୁନା ସରସ୍ୱତୀ ।
