STORYMIRROR

Ansuman Swain

Abstract

2  

Ansuman Swain

Abstract

ମା"ର ମମତା

ମା"ର ମମତା

1 min
269

ମା' ର ମୁଖେ ଭରା ଖୁସିର ଲହରି

  ଡାକିଦେଲେ ମନ ହସେ

ମାଆ ସ୍ୱର ଭାରି ମଧୁର ଲାଗଇ 

  ଗୀତ ଗାଈ ପାଖେ ବସେ


ନ ଖାଇ ନ ପିଇ ଚାହିଁ ରହିଥାଏ

   ମୋ ଧନ କେବେ ଆସିବ 

ତା ର ମୁଖ ଦେଖି ଖୁସି ହେବି ମୁହିଁ

   ହସ ମୋ ମୁଖେ ଫୁଟିବ


ସୁନା ,ସୁନା କହି ମାଆ ତ ବୋଲଇ

    ମା" ଡାକ କିଏ ଡାକିବ

ଯେଉଁଠି ଥିଲେବି ଧାଇଁ ଆସେ ମୁହିଁ

    ମୋ ମା" ପରି କିଏ ହେବ


ମାଆ ର ସ୍ତାନ ଯେ ଆଉ କେ ଭରିବ 

    ମାଆ ତ ପ୍ରଥମ ସାଙ୍ଗ

ସବୁ ଲୁହ ପିଇ ଖୁସି ସେ ବାଣ୍ଟଇ

     ମନକୁ କରାଏ ଦମ୍ଭ


ଏମିତି ଏକ ଡାକ ମାଆ ନାମ ସିଏ

   ଭାବିଲେ ଝରୁଛି ଲୁହ

ସେହି ଲୁହ ନୁହଁ ଦୁଃଖର ଲୁହ ମା"

   ସିଏତ ଖୁସିର ସୁଅ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract