STORYMIRROR

Dharmaraj Mahamallik

Inspirational

3  

Dharmaraj Mahamallik

Inspirational

ମା-ପ୍ରତୀକ ଏକ ତ୍ୟାଗର

ମା-ପ୍ରତୀକ ଏକ ତ୍ୟାଗର

1 min
136

ଦଶ ମାସ ଗରଭେ ରଖି

ଜନମ ଜାତ କଲୁ ମତେ

ତୁଇ ଆଉ ମୋର ଜିଇଁଲା ଦେବତା

କେନ୍ଥେଇ ପାସିରିମି ତତେ ।।


ସୁନ୍ଦିରୀ ଚେହେରା କେ ପଏରଛି ନେଇ

ଜନମ କଲୁ ଗୋ ମତେ

ବେକାର ନାଇକରେ ପଏରଛାପନ ତୋର

କରୁଥିମି ଆଦର୍ ସବୁଦିନି ତତେ ।।


ତୁଇ ତ ଗଢିଛୁ ଗୋ

ରକତ, ମାଉସ ଦେଇ ଇ ଦିହି କେ

ବାହାରି ବାର ଆଘୋନୁ

ପୁଛି ନେମି ତୋର ସବୁ ଆଖଁଲ କେ  ।।


ଜନମ ଜନମ ସତ ଜନମ ଯେକ୍

ନାଇ ପାରେ ଋଣ ତୋର ଶୁଝି

ହେ ମା ସମଲେଈ ଦେ ଏତେ ଶକ୍ତି

ଯେନ୍ତା ପାରମି ମୋର ମା ର୍ ଦୁଖ ବୁଝି ।।


ଆଖି ର୍ ପାଏନ କେଭେ ନାଇଁ ଝରାବୁ ଗୋ

ନାଇଁ ହେବୁ ମା କେଭେ ଦୁଃଖୀ

ଜନମ ଦେଇଛୁ ଇ ଦୁନିଆଁ ନୁ ମତେ

ସୁଖେ ଥିମି ତତେ ରଖି ।।


ନାଇଁ ଛାଡେ ଗୋ କେଭେ ତୋର ହାତ

ଥିବାର ଯେକ୍ ମୋର ଦିହେଁ ପ୍ରାଣ

ତୋର ଲାଗି ଯମ ସାଙ୍ଗେ ବି ଲଡମି

ଦେଇଦେମି ପଛେ ମୋର ପ୍ରାଣ ।।


ହେ, ମା ସମଲେଈ

ଦେଖ ଗୋ ଉଲଗି ହେଉଛେ ଭୂଇଁ

ଖାଲି ଇ ଜନମେ ନାଇଁ ଆର ଜନମେ ବି

ଦେବୁ ମତେ ମୋର ମା କୁଳେ ଥୁଇ ।।

 


  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational