STORYMIRROR

CHINMAYEE PRADHAN

Romance Fantasy Inspirational

3  

CHINMAYEE PRADHAN

Romance Fantasy Inspirational

ମା ଓ ମମତା

ମା ଓ ମମତା

1 min
192

ମା ଶବ୍ଦକୁ ନା କିଏ ବାନ୍ଧିପାରିଛି 

ଉପମା ଅବା ଶବ୍ଦର ସୀମାରେ 

ନା କିଏ କଳି ପାରିଛି ତାର ଗଭୀରତା 

ନା କିଏ ଜାଣିପାରିଛି ତାର ବିଶାଳତା। 


ଏ ଶବ୍ଦରେ ହିଁ ତ ସମ୍ପୂର୍ଣ ବ୍ରହ୍ମାଣ୍ଡ 

ସୃଷ୍ଟି ଉତ୍ପତିର ରହସ୍ୟ ରହିଛି ଭରି 

ନା କିଏ ଜାଣି ପାରିଛି ନା ଜାଣି ପାରିବ 

ଏ ଶବ୍ଦର ସୀମାକୁ ଭେଦକରି। 


ଜୀବନର ଆଦ୍ୟ ଗୁରୁ ଅଟେ ମା 

ଶିକ୍ଷା ଦୀକ୍ଷା ସଂସ୍କାର ଶିଖାଏ ମା। 

ପ୍ରତି ଦୁଃଖ ସମସ୍ୟାର ସାଥେ ଥାଏ 

ପ୍ରତି ଯୁଦ୍ଦ ଲଢ଼ିବାକୁ ଶକ୍ତି ଯୋଗାଏ। 


ନିଜେ ଦୁଃଖ ସହେ ପିଲାଙ୍କ ପାଇଁ 

ସୁଖ ମନାସୁଥିବା ମଣିଷଟିଏ ମା 

ନିଜେ ଉପାସ ରହି ପିଲାଙ୍କ ପାଇଁ 

ଖାଦ୍ଯ ସାଉଁଟି ରଖିଥାଏ ମା। 


ମା ର ମମତା ତ ଆମ ଜୀବନର ଆଧାର 

ଯିଏ ହଜାରେ କଷ୍ଟ ସହି ମଧ୍ୟ

ଆମ ଜୀବନକୁ କରିଥାଏ ସାକାର। 


ତା ମମତାର ନ ଆରମ୍ଭ ଅଛି ନ ଅଂଟା ଅଛି 

ବାସ୍ତବରେ ଆମ ପାଇଁ ମା ର ମମତା ଅନନ୍ତ। 

କଣ୍ଟାରେ ଚାଲି ଆମ ପାଇଁ ବିଛାଏ ଯେ ଫୁଲ 

ଦେଇ ପାରିବେନି କେହି ମମତାର ମୂଲ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance