ମା ମହାକାଳୀ
ମା ମହାକାଳୀ
ମା ମହାକାଳୀ ଘେନ ମୋର ଅଳି
ଚରଣେ ଶରଣ ଦେଇ
ଦୁଷ୍ଟ ସଂହାରିଣୀ କଷଣ ହାରିଣୀ
ମହିଶା ମର୍ଦିନୀ ତୁହି।।
ଚନ୍ଦ୍ର ଗିରି ଛାଡ଼ି ଭକ୍ତ ପ୍ରେମେ ପଡ଼ି
ଅଧାବାଟେ ଗଲୁ ରହି
ଖାରୋଡ଼ ଗଡରେ ଝରଣା କୂଳରେ
ବିଜେ କଲୁ ମାତ ତୁହି।।
ଚଇତ ମାସରେ ନଟିର ଭିତରେ
ଧରାରୁ ଫୁଟି ବାହାରୁ
ନଟା ମହାକାଳୀ ଘେନ ଅର୍ଘ୍ୟ ଥାଳି
ଭକତ ଙ୍କୁ ତୁ ଉଦ୍ଧାରୁ ।।
ଖଣ୍ଡା ଓ ଖର୍ପର ପୟରେ ତୋହର
ଗଳେ ଶୋହେ ନରମୁଣ୍ଡ
ନେତ୍ର ରୁ ତୋହର ଅଗ୍ନି ବରଷଇ
ଦୁଷ୍ଟକୁ କରୁ ମା ଖଣ୍ଡ ।।
ତୋ କୃପାରୁ ମାତ ରଘୁ ବୀର ପୁତ୍ର
ଲଙ୍କାକୁ କରିଲେ ଜୟ
ତୋ ନାମ ଧରିଲେ ପଥ ଚାଲୁ ଥିଲେ
ତିନିପୁରେ ନାହିଁ ଭୟ ।।
ଖରୋଡ ଗଡର ଇଷ୍ଟ ସଭିଙ୍କର
ଏତିକି ମା, ମୋ ଅଳୀ
କୃପା ଦୃଷ୍ଟି ତୋର ଅଧମ ଉପର
ରଖିବୁ ମା ମହାକାଳୀ ।।
