Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Inspirational Others

3  

Chittaranjan Nanda

Inspirational Others

ମା ମାଟିକୁ ପୁଂଜିପତିକୁ କିଆଁ ବିକି

ମା ମାଟିକୁ ପୁଂଜିପତିକୁ କିଆଁ ବିକି

1 min
316


ଜନନୀ ଗରଭୁ ଯେବେ ଜନମ ହେଲି  

ଜନମ ଭୂଇଁରେ ମୁଁ ମୋ ପାଦ ଥାପିଲି ।


ଦୁନିଆରେ, ଜନନୀ ଆଉ ଜନମ ଭୂଇଁ 

ସେମାନଂକ ଠାରୁ ବଡ ଆଉ କେହି ନାହିଁ ।


ଜୀବନର ଉଠା ପକା ପଥରେ ସେମାନେ

ହୁଅନ୍ତି ଶୀତଳର ମନ୍ଦାକିନୀ, ମୁଁ ମାନେ ।


ଅମା ଅନ୍ଧକାର ମଧ୍ଯେ କେବଳ ଏ ଦୁଇ ଜଣ

ସମସ୍ତ ଆଶାର ରୋଷଣୀ ହୁଅନ୍ତି ତ ଜାଣ ।


ମୋ ମାତୃଭୂମି,ଖଣିଜ ସମ୍ପଦ ପରିପୂର୍ଣ କରି ରଖିଅଛି 

ବନ ଉପବନେ ଖାଦ୍ୟକୁ ସାଇତି ରଖିଛି ।


କଷ୍ଟ କରି ଚାଷ କଲେ ମାଟିରେ ସୁନା ଫଳିବ

ଜଳ ମୋହର ଅମୃତ, କ୍ଷେତ ତ ହସି ଉଠିବ ।


କାହିଁକି ମୋ ମା ମାଟିକୁ ପୁଂଜିପତିକୁ ବିକିବି

ପଳେଇବ ଅନ୍ୟ ଦେଶକୁ, ତାର ଚାକର ହୋଇବି ।


ଅଜାଗା ଘା' ଦେଖେଇ ହୁଏନି କି କହି ହୁଏନି 

ମୋ କଥା ସତ କି ମିଛ ଭାବିଲେ ପାରିବ ଜାଣି ।


Rate this content
Log in

Similar oriya poem from Inspirational