ମା କୁସ୍ମଣ୍ଡା ତୁମେ
ମା କୁସ୍ମଣ୍ଡା ତୁମେ
ନବ ରାତ୍ର ଚତୁର୍ଥ ଦିବସ ରେ ହୁଅ ମାଆ ପ୍ରସନ୍ନ
ଦୁଃଖ କୁ ନିଅ ଅଭୟ ଦିଅ ଝୁରେ ମୋ ମନ
ଧୂପ ଦୀପ ଝୁଣା ଦେଇ ଭକ୍ତ ପୂଜା କରେ
କରୁଣାରେ ତୋଷ କରି ଦିଅ ଭକ୍ତ ଜନ ଙ୍କ ଠାରେ
ତୁମ ପାଇଁ ଭକ୍ତ କଷ୍ଟ ସହି ଯାଏ ଦିନ ରାତି ତୁମକୁ ଭଜି
ତୁମ ନାମ ନେଇ ଉପବାସ କରେ ତୁମ ପାଇଁ ସଂସାର ଦିଏ ତେଜି
ତୁମେ ଭକ୍ତ ହୃଦ ମାଳି ଶୁଣେ ତୁମ ପାଇଁ ଗାଳି
ତୁମ ବିନା କିଏବା ଭକ୍ତ ର ତୁମେ ଭକ୍ତ ଶଙ୍ଖାଳି
ତୁମ ପାଇଁ ଜଳେ ଅଖଣ୍ଡ ଦୀପ ଦୂର କରି ଦିଅ ସବୁ ପାପ
ମନ ଅନ୍ଧକାର ଚାଲି ଯାଉ ସବୁ ଭକ୍ତି କରି ବାକୁ ଶକ୍ତି ଦିଅ ଅମାପ
ତୁମରି ଶାନ୍ତ ରୂପର ଦିଅ ଥରେ ଦର୍ଶନ
କୃପା କର ଦୟା କର ମାଗୋ ଦେଇ ବର ଦାନ ।।
