STORYMIRROR

BANITA SAHU

Abstract

5.0  

BANITA SAHU

Abstract

ମା'କ୍ଷୀର

ମା'କ୍ଷୀର

1 min
253

ବିଧାତା ଦେଇଛି ମା'କୁ କ୍ଷୀର

ଶିଶୁ ପାଇଁ ତାହା ଅମ୍ଠତ ଝର

କଷକ୍ଷୀର ନଦେବ ପକାଇ

ଯେତେଶୀଘ୍ର ପାରୁଛ ଦେବ ପିଆଁଇ

କଷ କ୍ଷୀର ଯଦି ଶିଶୁ ଖାଇବ

ସଂକ୍ରମଣ ରୋଗରୁ ରକ୍ଷାପାଇବ

ମା 'କ୍ଷୀରରେ ରହିଛି ଅନେକ ସାର 

ଶିଶୁକୁ ପିଆଁଉ ଥିବ ଥରକୁ ଥର

ମା'କ୍ଷୀର ଅଟଇ ଅମ୍ଠତ ସମାନ

ତାକୁଖାଇ ଶିଶୁ ହୁଏ ବୁଦ୍ଧିମାନ

ବୁଦ୍ଧିଆ ଶିଶୁଟି ପାଇବା ପାଇଁ

ମା'କ୍ଷୀରର ବିକଳ୍ପ ନାହିଁ

ଡବା କ୍ଷୀରରେ ଦିଅ ଛକି ପକାଇ 

ମା'କ୍ଷୀର ନିଅ ଆଦରି

ବିନା ମୂଲ୍ଯରେ ମିଳେ ମା' ର କ୍ଷୀର

ନିମୋନିଆ ତରଳଝାଡାରେ ନଥିବ ଡର

ମା କ୍ଷୀର ମତିସ୍କବୁଦ୍ଧିରେ ସାହାର୍ଯ୍ଯ କରେ 

ଚର୍ବି ଜମେ ନାହିଁ ରକ୍ତନଳୀରେ

ମା କ୍ଷୀର ଅଟେ ଜୀବାଣୁ ମୁକ୍ତ

ତାକୁ ଖାଇ ଶିଶୁ ହୁଅଇ ସୁସ୍ଥ

ବିନା ଖର୍ଚ୍ଚରେ ମିଳେ ମା ଠାରୁ ପ୍ରଚୁର କ୍ଷୀର

ଆବଶ୍ଯକ ନାହିଁ '6' ମାସ ଯାଏଁ ଅନ୍ଯ ଆହାର

ସୁସ୍ଥ ଥାଉ କି ଅସୁସ୍ଥ ଥାଉ

'6' ମାସ ଯାଏଁ ମା କ୍ଷୀର ଖାଉ

ମା କ୍ଷୀର ସହଜରେ ହଜମ ହୁଏ

ଏହା ଶିଶୁର ଧିଶକ୍ତି ବଢାଏ

ମା କ୍ଷୀର ଯଦି ଶିଶୁ ଖାଇବ

ପୁଷ୍ଟିହିନତାରୁ ରକ୍ଷା ପାଇବ

ମା କ୍ଷୀର ଦେଖିବାକୁ ଲାଗେ ଶ୍ବେତ

ମା ଓ ଶିଶୁର ସମ୍ପର୍କ ହୁଏ ଅତୁଟ 

ମା ମାଉସୀ ସଭିଏଁ ଶୁଣ

ମା ଓ ଶିଶୁର ସମ୍ପର୍କ ନୁହଇ ସାମାନ୍ଯ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract