STORYMIRROR

Antaryami Sahu

Abstract Inspirational Others

4  

Antaryami Sahu

Abstract Inspirational Others

ମା' କିଏ ହେବ ତୋପରିକା

ମା' କିଏ ହେବ ତୋପରିକା

1 min
225


ଦୟାର ଭଣ୍ଡାର ମମତାମୟୀ ଗୋ

  କରୁଣାର ଗନ୍ତାଘର,

ଜନ୍ମଦେଇ ମୋତେ ଋଣୀ କରିଅଛୁ

  ଅପାର ମହିମା ତୋର । ୧ ।

ଦଶମାସ ଦଶଦିନ ଗ6ର୍ଭ ରଖି

  ପୁଣି କେତେ କଷ୍ଟ ସହି,

ପ୍ରସବ ବେଦନା କଳନା ନୁହଁଇ

  ଭୁଲିଗଲୁ ମୋତେ ପାଇ ।୨।

ଦୁନିଆ ଦାଣ୍ଡରେ ଉଭା କଲୁ ମୋତେ

  ଅନ୍ଧ ରାଇଜେ ମୁଁ ଥିଲି,

ଅନ୍ଧକାରୁ କାଢ଼ି ଆଲୋକ ଦେଖାଇ

  ଦୀପଶିଖା ଦେଲୁ ଜାଳି ।୩।

କୁନି ହାତଧରି ଚାଲି ଶିଖାଇଲୁ

  ଝୁଣ୍ଟିଲେ ପୁଣି ଉଠାଉ,

ଗୁରୁ ସାଜି ମୋତେ ନାନା ଶିକ୍ଷାଦେଇ

 ଜଗତ ଜଣାଇଦେଉ ।୪।

ତୋ ପଣତକାନି ମୋ ପାଇଁ ସରଗ

  ସୁଖଠାରୁ ବଳି କରି ,

ମାଆ ମାଆ ଡାକି କାନ୍ଦେ ଯେବେ ମୁହିଁ

  ତୋଳୁ ତୁ ହସ୍ତ ପ୍ରସାରି । ୫ ।

ମାଆ ତୋ ମମତା ସେନେହ ଆଗରେ

  ନୂଇଁଯାଏ ମୋର ମଥା,

ତୋର ମାଡ ଗାଳି ଆଶିର୍ବାଦ ମୋର

  ମିଳିଛି ଅନେକ ଶିକ୍ଷା । ୬।

ଦୁନିଆରେ କିଏ ହେବ ତୋପରିକା

  ନିଃସ୍ଵାର୍ଥ ସେବାଟି ତୋର,

ସ୍ଵାର୍ଥ ପାଇଁ ସର୍ବେ ବାଉଳା ହୁଅନ୍ତି

  ତୁ ଅଟୁ ଭିନ୍ନ ପ୍ରକାର ।୭।

ସୁଝି ପାରିବିନି ତୋ ଋଣ ମାଆଲୋ

  ଏତେ ଋଣ କାହିଁ ଦେଲୁ,

ଋଣୀ କରିଦେଇ ଜନ୍ମ ଜନ୍ମାନ୍ତରେ

  ଋଣୀ ଟିଏ କରିଦେଲୁ ।୮ ।

ସବୁଜନ୍ମ ପାଇଁ ତୁ ହେବୁ ମୋ ମାଆ

  ମୁହିଁ ତୋର ପୁତ୍ର ହେବି,

ଏତିକି ସୁଦୟା କରିବୁ ଜନନୀ

  ତୋ ପାଦସେବା ପାଇବି । ୯ ।

      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract