ମା ଦୁର୍ଗା
ମା ଦୁର୍ଗା
ଜୟ ଜୟ ମାଗୋ ଦୁର୍ଗତିନାଶିନୀ
ତୋ ପାଦେ ମାରେ ମୁଣ୍ଡିଆ ,
ସୁଖ ଶାନ୍ତି ସଭିଙ୍କ ମନେ ଭରିଦେବୁ
କରିଥିବୁ ମାଆ ଦୟା ।।
ଦୁଃଖ ହାରିଣୀ , ମହିଷାମର୍ଦ୍ଦିନୀ ମା
କେପାରେ ତୋ ଗୁଣ ବଖାଣି ,
ଏ ସାରା ସଂସାରୁ ପୁଣ୍ୟ ରଖିଦେଇ
ପାପର ଅଳିଆ ନେବୁ ଛାଣି ।।
କେଡେ ଆନନ୍ଦେ ଭକ୍ତ କରେ ତୋ ପୂଜା
ଦେବୁନାହିଁ ତାଙ୍କୁ ତୁ ସଜ୍ଜା ,
ମନହରସରେ ଦେବୁ ବର ତୁହି
ଦେଉଥିବୁ ସୁଖ ମଜ୍ଜା ।।
ଏ ଧରା ପୃଷ୍ଠେ କରୁ ତୁ ବିଜେ
ଚଣ୍ଡି ଚାମୁଣ୍ଡା କୁ ସାଥେ ଧରି ,
ଶଙ୍ଖ, ଘଣ୍ଟ, ହୁଳହୁଳି ତୋ ପାଦେ ସମର୍ପି
ସ୍ୱାଗତ କରନ୍ତି ମା ତୋହରି ।।
