ମା ଆକର୍ଷ୍ବଣୀ
ମା ଆକର୍ଷ୍ବଣୀ
ଶକ୍ତିସ୍ବରୂପିଣୀ ଦେବୀ ଆକର୍ଷ୍ବଣୀ
ଦଳିଲେ ଅଂଗ୍ରେଜ ଦର୍ପ,
ଲୁଟି ନ ପାରିଲା ରତ୍ନ ଆଭୂଷଣ
ଜନତା ଦେଖିଲେ ରୂପ।
ପର୍ବତ ମାଳା ସ୍ବରୂପ,
ମକର ପରବେ ପୂଜନ ଶକ୍ତିର
ସାକ୍ଷାତ ଦେବୀସ୍ବରୂପ !!
ପୂରଣ କରନ୍ତି ଦେବୀ ଆକର୍ଷ୍ବଣୀ
ଭକ୍ତିରେ କଲେ ପୂଜନ
ଦୁଇ ଶହ ଫୁଟ ଉପରେ ବିରାଜ
କରନ୍ତି ଭକ୍ତ ଜଣାଣ ।
ଫେଡ଼ନ୍ତି କଷ୍ଟ କଷଣ
ମହିମା ତାଙ୍କର ଗୁଞ୍ଜେ ରାଷ୍ଟ୍ର ସାରା
ଭକ୍ତିରେ ଶକ୍ତି ଭୂଷଣ !!
ଶକ୍ତିପୀଠ ଏହୁ ଶକ୍ତିରୂପାଙ୍କର
ପାହାଡ଼ ଉଚ୍ଚ ଶିଖର,
ତହିଁ ସୁଶୋଭିତ ଗଛ ପତ୍ର ଲତା
ଦିଶୁଥାଏ ମନୋହର।
ସଞ୍ଚାରେ ଅମ୍ଳଜାନର
ପୁଷ୍ପ ବାସ୍ନା ସଙ୍ଗେ ମଧୁର ମଳୟ
ସନ୍ଦେଶ ଦିଏ ଭକ୍ତିର !!
ଭକ୍ତ କୋଳାହଳ ପଶୁ ପକ୍ଷୀ ରାବ
ମନ ହୁଏ ରୋମାଞ୍ଚିତ
ହୃଦ ଅନ୍ତର୍ଗତେ ଭକ୍ତିର ପ୍ରବାହ
ପ୍ରାଣ ହୁଏ ପୁଲକିତ।
ଯାହାର ପୁରୁଣା ଗାଥା
ପୂରଣ କରନ୍ତି ଶକ୍ତି ମନବାଞ୍ଛା
ରଖିଲେ ଚରଣେ ମଥା !!
