STORYMIRROR

Tapaswini DashSarangi

Tragedy

3  

Tapaswini DashSarangi

Tragedy

ଲୁହର ରଙ୍ଗ ଲାଲ୍

ଲୁହର ରଙ୍ଗ ଲାଲ୍

1 min
120

ଲୁହର ରଙ୍ଗ ଲାଲ୍ ହେବନି ବା କେମିତି

ମନରେ ଜଳୁଛି ପ୍ରତିଶୋଧର ନିଆଁ

ଅନ୍ତରରେ ଜଳୁଛି କ୍ଷୋଭର ଅଗ୍ନୀ

ଆଉ ହୃଦୟରେ ଅନୁତାପର ଜ୍ଵାଳା।

ନାରୀ ସମାଜ ବିଳାପ କରୁଛି

କରୁଣ ସ୍ଵରରେ....

ଏ ଦେହ ପିପାଶୁ ନର ରାକ୍ଷସ

ତତେ ଜନ୍ମ ଦେଲି ମା' ରୂପରେ

ନିଜ ରକ୍ତକୁ ଅମୃତ ବନେଇ ଖାଦ୍ୟ ଦେଲି ତୋ ମୁହଁରେ

ଲାଳନ ପାଳନ କଲି ଶିକ୍ଷା ସଂସ୍କାର ଦେଲି

ଭଗ୍ନୀ ସାଜି ହାତେ ସମ୍ପର୍କର ସୂତା ବାନ୍ଧିଲି

ପତ୍ନୀ ସାଜି ପତନରୁ ଉଦ୍ଧାରିବାକୁ ବଚନ ଦେଲି

ଆଉ ଝିଅ ସାଜି ପିତୃତ୍ଵର ସୁଖ ଦେଲି।

ହେଲେ ତୁ କଣ କଲୁ

ସ୍ଵଳ୍ପ ସମୟର ଖୁସି ଆଉ କ୍ଷଣିକ ଆବେଗରେ କାମାନ୍ଧ ପାଲଟିଲୁ

ତନ୍ନ ତନ୍ନ କରି ଝୁଣି ଦେଲୁ ଏ ରକ୍ତ ମାଂସର ଅବୟବକୁ।

ଧିକ୍ ଧିକ୍ ଧିକ୍

କୁଆଡେ ଗଲା ସେ ମଣିଷ ପଣିଆ

କୁଆଡେ ଗଲା ମୋ ମାତୃତ୍ଵର ମୂଲ

କୁଆଡେ ଗଲା ତୋ ଭାତୃତ୍ଵର ପ୍ରତିଶୃତି

ମରିଗଲା କି ତୋର ସ୍ଵାମୀ ଭାବେ ଦେଇଥିବା ବଚନ

ଆଉ ତୋ ଝିଅ...କି ପରିଚୟ ଦେବ ଏ ଦୁନିଆ ତା'କୁ

ଏକ ବଳାତ୍କାରୀର ସନ୍ତାନ?????

ଏକା ସାଙ୍ଗେ ଧୋକା ଦେଲୁ ନାରୀର ଚାରୋଟି ରୂପକୁ।

ଏ ଲୁହ ନୁହେଁ ଲହୁ ବହିଯାଉଛି ବହୁଥିବ

ଆଉ ଏ ଲୁହ ମୋ ମନକୁ ହୃଦୟକୁ ଜାଳୁଛି

ଆଉ ତା'ର ବହ୍ନି ତୋତେ ପାଉଁଶ କରିଦେବ।

ଗୋଟେ ନାରୀର ଲୁହରେ କୁରୁକୂଳ ଧ୍ଵଂସ ହେଲା

ଗୋଟେ ନାରୀର ଲୁହରେ ଲଙ୍କାର ସମ୍ରାଜ୍ୟ ଧ୍ଵଂସ ହେଲା

ଆଉ ତୁ କଣ ବଞ୍ଚିଯିବୁ ଭାବୁଛୁ?????

ତୁ ଏ ଦୁନିଆକୁ ଆସିବାର ମାଧ୍ୟମ ମୁଁ

ଆଉ ତୋ ବିନାଶର ମାଧ୍ୟମ ବି ମୁଁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy