ଲୁହ
ଲୁହ
ହଁ ,କେତେ ଆପଣାର ସେ
ସବୁବେଳେ ପାଖେ ପାଖେ ରହି
କିଛି ନା କିଛି ଚେତାବନୀ ଦେଇ ଚାଲିଥାଏ ,
କିଏ ବା ଏଭଳି ବନ୍ଧୁ ହେବ ଯେ !
ଯିଏ ପ୍ରାପ୍ତିରେ ବି ତୃପ୍ତିରେ ବି
ଶାନ୍ତିରେ ବି ସ୍ଵସ୍ତିରେ ବି ,
ଉଷ୍ମତାରେ ପୁଣି ଶୀତଳତାରେ
ଅପ୍ରାପ୍ତିରେ ବୋଧ ଦିଏ ତ
ଅଶାନ୍ତିରେ ସାନ୍ତ୍ଵନା
ବନ୍ଧୁ ଭଳି ବନ୍ଧୁଟିଏ
ସବୁତକ ନିଜେ ହଜମ କରି
ଛତାଭଳି ଛାୟା ଦେଇଥାଏ ।
ସବୁ ଅଭାବକୁ ପୂର୍ଣ୍ଣ କରେ ନିମିଷକେ
ସେ ମୋର ଅତି ଆପଣାର
ମୋ ନୟନରେ ଭରିଥାଏ
ସେ ତ ଲୁହ !
