ଲୁହ
ଲୁହ


ଦୁଇ ଟୋପା ଲୁହ ର ଭାଷା
କିଏ ବା ବୁଝିପାରେ
ମନର ଦରଦ କି ମନର ନିଶା
ଆଖି ର ଲୁହ
ନୀରବରେ କେତେ କଥା କହେ
ବ୍ୟଥା ବେଦନା
ଅକୁହା ଭାଷା
ଅସଜଡ଼ା ସପନ ll
ବ୍ୟଥିତ ହୃଦୟ ର ଅନ୍ତର୍ଦହନ
ସେତ ପ୍ରତିଫଳନ
କେବେ ଲୁହର ପୁଣି କେବେ ଲହୁର
ଜୀବନ ଯମୁନା ଲୁହର ସାଗର
କେବେ ହାର୍ କେବେ ଜିତ୍
ଦୁନିଆ ବୁକୁର
କିନ୍ତୁ ଲୁହ ସେହି ଲୁହ ହେଇ ରହିଥାଏ
କେବେ ଦୁଃଖର କେବେ ସୁଖର
କେବେ ନିରାଶ ର କେବେ ହତାଶ ର
କେବେ ପୁଣି ମାୟା ମରୀଚିକା ର
ଆଉ ଅଭିନୟ ର ll