Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Jayashree Maharana

Action Classics Others

3  

Jayashree Maharana

Action Classics Others

ଲୁହ

ଲୁହ

1 min
181


ଭାବୁଥିଲି ମନେ କିଏ ଆପଣାର

ହୃଦୟ କହିଲା ଲୁହର ଧାର

ସୁଖରେ ଦୁଃଖରେ ଅନ୍ତରରୁ ଆସି

ଆଖିକୋଣ ଦେଇ ଝରେ ସତ୍ୱର ।


ଜୀବନ ଯାତନା ଅସହ୍ୟ ଯନ୍ତ୍ରଣା

କେହି ବୁଝନ୍ତିନି ମନର ଭାବ

ତରଳି ଲୋତକ ଦିଏ ଆଶ୍ୱାସନା

କିଏ ବା ମୋ ଠାରୁ ନିଜର ହେବ ?


ସୁଖରେ ଅଧିର ହୃଦ ନାଚିଉଠେ

ଲୁହଟୋପା ଖୁସି କରେ ଦ୍ଵିଗୁଣ

ପ୍ରକୃତ ବନ୍ଧୁଟେ ପରି ସବୁବେଳେ

ପାଶେ ରହିଥାଏ ସେ ନିରନ୍ତର ।


ନିଃସ୍ୱାର୍ଥ ନିର୍ମଳ ସମ୍ପର୍କରେ ବନ୍ଧା

ଜନମରୁ ମୃତ୍ୟୁ ଥାଏ ଅନ୍ତରେ

କିଏ ଅବା ଥାଉ ନଥାଉ ସାଙ୍ଗରେ

ସହାଯାତ୍ରୀ ସାଜେ ଚଲାପଥରେ ।


Rate this content
Log in