Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ashisa Kumar Das

Abstract Tragedy

4.5  

Ashisa Kumar Das

Abstract Tragedy

ଲୁହ ହିଁ ନିଜର

ଲୁହ ହିଁ ନିଜର

1 min
166


ହୃଦୟ ର ଏଇ ଶୂନ୍ୟ ପଥରେ

ବାଟ ଚାଲୁ ଥାଅ ଏକା

ସବୁ ଏଠି ଭାଇ କୁଣିଆ ସମାନ

ନୁହେଁ କାର ଜାଗା ପକ୍କା.........l୧l

କିଛି ନାହିଁ ଏଠି କାହାର ନିଜର

ସମୟ ଡୋରୀରେ ବନ୍ଧା

ଆଜି ଥିଲେ ଭାଇ କାଲିକି ନଥିବ

ଏ ପରା ଦୁନିଆଁ ଧନ୍ଧା.......l୨l

ମୋର ମୋର କହି ଯେତେ ତୁ ସଞ୍ଚଇ

ଛାଇ ବି ନୁହଁଇ ତୋର

ଉଜ୍ଜଳ ଆଲୋକେ ଘନ ଅନ୍ଧକରେ

କରି ଯାଏ ସାତ ପର........l୩l

ଦୁଃଖ ବେଦନାରେ ଲୁହ ଏକା ସାଥି

ବୋହି ଯାଏ ଧାର ଧାର

ନୁହେଁ କେ ନିଜର ସବୁ ସମୟର

କୋହର ବେଦନା ତୋର ........l୪l

ଭଲ ମନ୍ଦ ଭାଇ କିଏ ବୁଝେ ନାହିଁ

କଥାର ମହକେ ଆଜି

ଭାବନା ରାଇଜେ ଭାବୁଥିବୁ ଏକା

ଟଙ୍କା ମରିଯିବ ବାଜି.............l୫l

ଦୁଃଖର ବେଦନା ମନର ଯନ୍ତ୍ରଣା

ଲୁହ ଧାରେ ବୋହି ଯାଏ

ମୂକ ହେଉ କିବା ବଧିର ସେ ହେଉ

କୋହ ସବୁ ଧୋଇ ନିଏ..........l୬l

ବଦଳେ ସମୟ ବଦଳେ ନିଅତି

ଦେଖି କିବା ସହି ହୁଏ

କପାଳ ଫାଟିଲେ ର୍ଦୁଭାଗ୍ୟ ଆସିଲେ

ଲୁହ ଧାର ବହି ଯାଏ.............l୭l

ଅକୁହା ବେଦନା ମନର ଯନ୍ତ୍ରଣା 

କାହାକୁ ବା କହି ହୁଏ

ଏକା ଏକା ହୋଇ ,ପଲଙ୍କରେ ଶୋଇ

ଲୁହ ଖାଲି ଝରୁ ଥାଏ........l୮l

ଆଜି ମରିଗଲେ କାଲିକି ଦିଦିନ

ଖୋଜିବ କାହାକୁ କିଏ

ଲୁହ ହିଁ ନିଜର ଆଉ ସବୁ ପର

ଝରୁ ଥିବ ମଲା ଯାଏ ........l୯l


Rate this content
Log in

Similar oriya poem from Abstract