STORYMIRROR

Trushna Das

Children

3  

Trushna Das

Children

ଲୁଡୁ ଖେଳ

ଲୁଡୁ ଖେଳ

1 min
183

    


ଆଜି ମୁଁ ଖେଳୁଛି ଲୁଡୁ ଖେଳ

     ମୋ ଝିଆରୀ ସହ

ମନେ ପଡୁଛି ପିଲାଦିନର କଥା, ଲୁଡୁ ଖେଳ 

     ମୋ ପିଉସୀଙ୍କ ସହ। 


ସେ ଯେ ଅଭୁଲା ସ୍ମୃତି ପିଲାଦିନର ଲୁଡୁ ଖେଳର

    ଡାକ ହେଉ ଥାଏ ଛଅର

ମାଡ ପରେ ମାଡ ହେଉ ଥାଏ ପରସ୍ପର ଗୋଟିର 

    ଚାଳି ଥାଏ ହସ ଖୁସି ହାର ଜିତର। 


ଲୁଡୁ ଏମିତି ଏକ ଖେଳ

    ଖେଳରେ ଘଣ୍ଟା ଘଣ୍ଟା କଟି ଯାଉ ଥାଏ ସମୟ

ଯେତେ ଖେଳୁ ଥିଲେ ବି ମାନେ ନାହିଁ ମନ

    ଆହୁରି ଖେଳିବା ପାଇଁ ମନ ହେଉ ଥାଏ ଆଗଭର। 


ପିଉସୀ ଆସିଲେ ଖରା ଛୁଟିରେ 

     ଆମେ ଦୁହେଁ ମାତି ଯାଉ ଲୁଡୁ ଖେଳରେ 

ଆଦୌ ଜଣା ପଡ଼େ ନାହିଁ ସମୟ ଖେଳରେ 

    ବୁଝା ପଡେ ନାହିଁ କେତେବେଳେ ଖରା ଛୁଟି ସରି ଯାଏ।


ପିଉସୀ ଆଉ ମୁଁ ଲୁଡୁ ଖେଳ ସମୟରେ 

    କାଟି ଥାଉ ସମୟ ହସ ଖୁସିରେ 

ଥାଉ ଆମେ ଦୁହେଁ ହାର ଜିତ ଜିଦାଜିଦ୍ ରେ 

    ହେଲେ ସ୍ନେହ ଶ୍ରଦ୍ଧା ନିବିଡ଼ ହେଉ ଥାଏ ଆମ ଭିତରେ। 


ଲୁଡୁ ଖେଳର ସେହି ଠକ ଠକ ଶବ୍ଦ

    ଛଅର ଡାକ, ଗୋଟି ପାଚିବା ଆଉ ମାରିବା ପାଇଁ ଡାକ

ସେ ସମୟରେ ଘରେ ହସ ଖୁସିର ଗୁଞ୍ଜନ 

    ଏବେ ବି ମନେ ପଡିଲେ ସେ ସବୁ ମୋ କାନରେ ହୁଏ ଗୁଞ୍ଜରିତ। 


ବଡ଼ ହେଲା ପରେ ନ ଥିଲା ସମୟ

    ଆଉ କେହି ନ ଥିଲେ ପଖରେ, ଖେଳିବାକୁ ଲୁଡୁ ଖେଳ

ଲକ୍ ଡାଉନ ସମୟରେ ଘରକୁ ଆସିଛି ଝିଆରୀ ମୋର

    ମାଉସୀ କହି ଡାକିଛି ଖେଳିବାକୁ ଲୁଡୁ ଖେଳ

ଖେଳୁଛି ମୁଁ ଲୁଡୁ ମୋ କୁନି ଝିଆରୀ ସହ

    ମନରେ ନାଚି ଉଠୁଛି ସେ ଅଭୁଲା ସ୍ମୃତି ପିଲାଦିନର ଲୁଡୁ ଖେଳ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children