STORYMIRROR

Satyabati Swain

Inspirational

3  

Satyabati Swain

Inspirational

ଲୁଚକାଳି

ଲୁଚକାଳି

1 min
347

ଲୁଚକାଳି ଖେଳେ ମେଘ

ଧୂଆଁଳିଆ ବାଦଲ ସାଥିରେ

ଲୁଚକାଳି ଖେଳେ ଜୀବନ

ଆଶା ନିରାଶା

ପବନ ଚକା ଭଉଁରୀରେ।


ସମୟ ଗଳି ପଡେ

ବୟସ ଆଙ୍ଗୁଳି ଫାଙ୍କରେ

ମନ ଟା ମରି ଯାଇ ବୁଢା

ଯୁବକ ବୟସରେ

ଅଦିନିଆଁ ଝଡ଼ ବତାସରେ।


କେବେ ଘୁମାଇଁ ପଡେ

ଗାଢ଼ ନିଦ ସପନ କୋଳରେ

ବାସ୍ତବତା ହଲାଇ ଉଠାଏ

କୁହେ ମୋତେ

ତୋ ବାସ ଦୁଃଖର ସହରେ।


ବନ୍ଧୁର ପଥ ମୋର

ଲକ୍ଷ୍ୟ କାହିଁ କେତେ ଦୁରେ

ଚାଲିବାକୁ ହେବ ମୋତେ

ଛିଣ୍ଡା ଚପଲରେ

ମୁଣ୍ଡ ଟେକି ବଞ୍ଚିବାକୁ ହେଲେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational