STORYMIRROR

MADHU MITA

Abstract

2  

MADHU MITA

Abstract

ଲୁଚକାଳି

ଲୁଚକାଳି

1 min
105

ଲୁଚକାଳି


ସକାଳ


ସୂର୍ଯ୍ୟ ହସୁଛି

କିନ୍ତୁ ଚନ୍ଦ୍ର ଲୁଚି ଯାଇଛି

ରାତି ସାରା ଆଲୋକିତ କରିବା ପରେ

ସତେକି ଅବା ଥକି ପଡ଼ିଛି

ସୂର୍ଯ୍ୟ ଆଗମନରେ କଣ ସେ ଅସହାୟ ହୋଇ ଯାଇଛି

ନା ପ୍ରକୃତ ପ୍ରତାପ ଆଗରେ..ନିଜକୁ ଲୁଚାଇ ଟିକେ ସହଜ ହୋଇ ଯାଇଛି


ସଂଜ


ଚନ୍ଦ୍ର ଦିଶୁଛି

ନୂଆ ଉଦ୍ଦୀପନା ନେଇ ଆସିଛି

ହେଲେ ସୂର୍ଯ୍ୟ

ଅସ୍ତଗାମୀ ପଥରେ ଚନ୍ଦ୍ରକୁ ନିଜ ଔିଜଲ୍ୟ ଦେଇଦେଇଛି

ଆଉ ତେଣୁ ବୋଧେ ଚନ୍ଦ୍ର

କେବଳ ତା ଛାଇ ହୋଇ ରହି ଯାଇଛି

କେବଳ ସୁଯୋଗ ଦେବା ପାଇଁ..ସୂର୍ଯ୍ୟ ଟିକେ ଲୁଚିବା ଖେଳ ଖେଳୁଛି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract