Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Budhadev Nayak

Inspirational

3  

Budhadev Nayak

Inspirational

ଲୁଚି ଯାଉଛି ସେ...*************

ଲୁଚି ଯାଉଛି ସେ...*************

1 min
247


ଲୁଚି ଯାଉଛି ସେ ବାହୁନା ସଙ୍ଗୀତ

                 ସବାରୀରେ ବଧୂ ବେଶ,

ପଖାଳ ଭାତର ମହକ ଯେ ଭାଇ

                ହୋଇ ଆସିଲାଣି ଶେଷ |


ପଖାଳ ଭାତକୁ ବଡି ଚୁରା ଆଉ

                ତା' ସଙ୍ଗେ ଶୁଖୁଆ ପୋଡ଼ା,

ଆଜିକା ଗୃହିଣୀ ରୋଷେଇ କରିଲେ

                ହାତେ ସିଝୁ ନାହିଁ ଖଡ଼ା |


ଲୁଚି ଯାଉଛି ସେ ଭଜନ ବନ୍ଦନା

                ଭୁଲିଲେ ଗାହାଣୀ ଗୀତ,

ଆଜି କାଳିକାର ଆଧୁନିକ ଗୀତ

                ସଭିଙ୍କ ସାଜିଛି ମିତ |


ଭଜନ ଗାଇଲେ ଶୁଣିବ ବା କିଏ

                 ଶ୍ରୋତା ତୋ ହଜିଗଲେଣି,

ଭଜନ ଲେଖିକି ଗାଇଲେ ଭକତେ

                 ତା'କୁ କେ ପଚାରେ ପୁଣି |


ଲୁଚି ଯାଉଛି ସେ ପୁର ପଲ୍ଲୀ ପାଲା

                 ଭକ୍ତି ଭରା ସେ ସଙ୍ଗୀତ,

ଗାଁରୁ ବାହାରି ସହରରେ ରହିଲେ

                 ଘରେ ବାସ କଲେ ଭୂତ |


ଦାସକାଠିଆ ତ  ସପନ ଲାଗୁଛି

                 ଆଉ ଶୁଣିବି କି ନାହିଁ,

ସୀତା ହରଣ ଓ ପ୍ରହ୍ଲାଦ ନାଟକ

                  ଅଦୃଶ୍ୟ ଗଲାଣି ହୋଇ |


ଲୁଚି ଯାଉଛି ସେ ଧୋତି ଓ ପଞ୍ଜାବୀ

                  ଲୁଚୁଛି ହଳିଆ ଗୀତ,

ଧିରେ ଧିରେ ଲୁଚି ଯାଉଅଛି ହଳ

                  ଲୁଚୁଛି ଶଗଡ଼ ରଥ |



Rate this content
Log in

Similar oriya poem from Inspirational