STORYMIRROR

Gadadhar Sahoo

Abstract

2  

Gadadhar Sahoo

Abstract

ଲୋକଗଳ୍ପ

ଲୋକଗଳ୍ପ

1 min
327

ଲୋକ ସୃଷ୍ଟି କରନ୍ତି

ପଞ୍ଚଭୂତକୁ ଏକାଠି କରି

କହାଣୀର ରୂପ ଦେଇ


କିଏ ପାଖିରାଜରେ

ଉଡିବାର କଥା କହେ,

କିଏ ଅଥଳ ପାଣିରେ

ବୁଡିବାର କଥା କହେ,

କିଏ ନିଆଁରେ

ପୋଡ଼ିବାର କଥା କହେ,

କିଏ ଘୋଡାରେ

ଚଢିବାର କଥା କହେ,

କିଏ ବିଫଳତାର କଥା କହେ

କିଏ ସଫଳତାର କଥା କହେ


ଯିଏ ଯାହା କହିଛି

ଯେତେ କହିଛି

ଯେମିତି କହିଛି

ଯୋଉ ଲୋକକଥା ହେଉ

ସବୁଥିରେ ଭରି ରହିଛି

ତିକ୍ତ ମଧୁର ରୋମାଞ୍ଚ

କଳ୍ପନା ଅନୁଭବ ଅନୁଭୂତି

ଯାହା ପ୍ରେରଣା ଦିଏ

ବକ୍ତା ଆଉ ଶ୍ରୋତାଙ୍କୁ

ବଢିବାକୁ ଆଗକୁ ଆଗକୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract