ଲୋକଗଳ୍ପ
ଲୋକଗଳ୍ପ
ଲୋକ ସୃଷ୍ଟି କରନ୍ତି
ପଞ୍ଚଭୂତକୁ ଏକାଠି କରି
କହାଣୀର ରୂପ ଦେଇ
କିଏ ପାଖିରାଜରେ
ଉଡିବାର କଥା କହେ,
କିଏ ଅଥଳ ପାଣିରେ
ବୁଡିବାର କଥା କହେ,
କିଏ ନିଆଁରେ
ପୋଡ଼ିବାର କଥା କହେ,
କିଏ ଘୋଡାରେ
ଚଢିବାର କଥା କହେ,
କିଏ ବିଫଳତାର କଥା କହେ
କିଏ ସଫଳତାର କଥା କହେ
ଯିଏ ଯାହା କହିଛି
ଯେତେ କହିଛି
ଯେମିତି କହିଛି
ଯୋଉ ଲୋକକଥା ହେଉ
ସବୁଥିରେ ଭରି ରହିଛି
ତିକ୍ତ ମଧୁର ରୋମାଞ୍ଚ
କଳ୍ପନା ଅନୁଭବ ଅନୁଭୂତି
ଯାହା ପ୍ରେରଣା ଦିଏ
ବକ୍ତା ଆଉ ଶ୍ରୋତାଙ୍କୁ
ବଢିବାକୁ ଆଗକୁ ଆଗକୁ
