STORYMIRROR

Pranati Mahapatra

Inspirational

2  

Pranati Mahapatra

Inspirational

ଲୋଡାନାହିଁ ସ୍ୱଛ ଅଭିଯାନ

ଲୋଡାନାହିଁ ସ୍ୱଛ ଅଭିଯାନ

1 min
13.3K


ହୁ ହୁ କରି କାର୍ଯ୍ୟ କରୁଛନ୍ତି

ଆମ ଭାରତ ସନ୍ତାନ,

ସବୁଆଡେ ଖାଲି ହୋ ହାଲ୍ଲା ହୋଇ

(କରନ୍ତି)ସ୍ଵଛ ଭାରତ ଅଭିଯାନ।

କେଉଁଠି ବା କେତେ ସ୍ୱଛ କରିବ;

ଆରେ, ମଇଳା ତ ଭର୍ତ୍ତି ନିଜ ଦେହେ,

ଯୁଆଡେ ଚାହିଁଲେ ପୂତିଗନ୍ଧମୟ,

ଅର୍ଥ ଲାଳସାରେ ବନ୍ଧା ସଭିଏଁ।

ଯୁଆଡେ ଚାହିଁଲେ ସବୁଠି ମଇଳା,

ଅବା ହେଉ ସିଏ ମନ୍ଦିର,

ଶିକ୍ଷା, ସ୍ୱାସ୍ଥ୍ୟ ପୁଣି ଜନନୀ ସୁରକ୍ଷା

ସବୁଠି ମଇଳା ଭରପୁର।

ନିଜକୁ ତ ନିଜେ ଆତ୍ମସମିକ୍ଷାର

ବେଳ ଆସିଛିରେ ଭାଇ,

ସଭିଙ୍କର ଆଜି ଦିବ୍ୟଜ୍ଞାନ ଅଛି ହେଲେ,

କାଣ୍ଡ ଜ୍ଞାନ ଜମା ନାହିଁ।

ଲୋକ ଦେଖାଣିଆ ସ୍ୱଛ ଭାରତ

ତୁଛ ଆଉ ମୂଲ୍ୟ ହୀନ,

ଅନ୍ତରୁ ମଇଳା ସଫା କରିଦେଲେ

ଲୋଡାନାହିଁ ସ୍ୱଛ ଅଭିଯାନ।

ଆଉ ଲୋଡାନାହିଁ ସ୍ୱଛ ଅଭିଯାନ।


ପ୍ରଣତି ମହାପାତ୍ର

ଫକୀରମୋହନ ନଗର

ବାଲେଶ୍ଵ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational