STORYMIRROR

Rama chandra Pradhan

Tragedy

4  

Rama chandra Pradhan

Tragedy

ଲୋଡା ତୋ ଶ୍ରୀଅଙ୍ଗ ଧୂଳି

ଲୋଡା ତୋ ଶ୍ରୀଅଙ୍ଗ ଧୂଳି

1 min
220


ଧନ ଲୋଡ଼ା ନାହିଁ ଜନ ଲୋଡ଼ା ନାହିଁ 

  ଲୋଡ଼ା ତୋ ଶ୍ରୀଅଙ୍ଗ ଧୂଳି 

ଦେଲେ ଟିକେ ଧୂଳି ହୁଅନ୍ତି ମୁଁ ବୋଳି 

   କରି ତୋତେ ଗଳାମାଳି... 

ଆରେ ଧନମାଳି ତୁ ମୋ ସୁନାଥାଳି 

   ଦେଏ ତୁ କରୁଣା ଢାଳି 

ତୋ କରୁଣା ଢଳି କାଳେ ଯିବ ମିଳି 

  ମୋ ସ୍ୱାର୍ଥପରତା ମଳି... 

ମନେ ତୋତେ ଭାଳି କରୁଛି ମୁଁ ଅଳି 

  ଲିଭେଇଦେ ସ୍ୱାର୍ଥ କାଳି

ଲିଭିଲେ ସେ କାଳି ସବୁ ଯିବ ଜଳି 

   ହଟିବ ସଂସାରୁ କଳି... 

ହଟିଗଲେ କଳି ଆରେ ବନମାଳି 

   ଯିବରେ ବିପଦ ଟଳି 

ଖାଇ ସରପୁଳି ମାରି କରତାଳି 

 ତୁଦେ ପଛେ ମୋତେଜାଳି...

ଜଳି ଦୀପ ଭଳି ଦେବି ଦୀପ୍ତି ଢାଳି 

  ଲୋଡି ବିନି ଶ୍ରଦ୍ଧାଞ୍ଜଳି 

ତିଳ ତିଳ ଜଳି ଭାବେ ହୋଇ ଗୋଳି

  ଦେଉ ଥିବି ପୁଷ୍ପାଞ୍ଜଳି...


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy