STORYMIRROR

Chinmayee Sahoo

Abstract

2  

Chinmayee Sahoo

Abstract

ଲୋଡା ନାହିଁ ପ୍ରଭୁ

ଲୋଡା ନାହିଁ ପ୍ରଭୁ

1 min
137

ଲୋଡା ନାହିଁ ପ୍ରଭୁ ଧନ ମାନ ଯଶ

ଅବା କାମ ମୋକ୍ଷ ଗତି

ତୁମ ରାମ -କୃଷ୍ଣ ନାମ ଭଜୁଥିବି

ରଖି ତୁମ ପାଦେ ମତି


ତୁମ ଲୀଳାମୃତ ଶୁଣି ଶୁଣି ମୁହିଁ

ଭକ୍ତିଭୋଳେ ହୋଇ ମଗ୍ନ

 ତୁମ ଧାମେ ରହି ତୁମ ସେବା ରେ ମୁଁ

ରତ ଥିବି ରାତି ଦିନ


ଖାଉଥିବି ତୁମ ପ୍ରସାଦ ନିରତେ

ପିଉଥିବି ପାଦୋଦକ

ଦେଖୁଥିବି ତୁମ ମଙ୍ଗଳ ଆରତୀ

ପୂଜି ମୋ ଜୀବନ ଯାକ


ନାମ ଭଜି ଭୁଲି ଏ ସାରା ସଂସାର

ଭକ୍ତି ଅଥଳ ସାଗରେ

ବୁଡି ବୁଡି ଦିନେ ପ୍ରାଣ ଦେବି ଛାଡ଼ି

ଆଉ କିବା ଲୋଡା ମୋରେ


ନ ଗ୍ରାସୁ ଏ ମାୟା ମୋହ ଜଗନ୍ନାଥ

ଏତିକି କରୁଣା ହେଉ

ପଦ୍ମ ପତ୍ରେ ଜଳ ପରି ଢଳ ଢଳ

ଭକ୍ତି ମୋର ସ୍ୱଛ ଥାଉ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract