STORYMIRROR

padmaja pati

Abstract Others

3  

padmaja pati

Abstract Others

ଲୋଡ଼ା ଖାଲି ଟିକେ ହସ

ଲୋଡ଼ା ଖାଲି ଟିକେ ହସ

1 min
391

ରାତି ପାହିଗଲେ ସୁରୁଜ କିରଣ

ବିଞ୍ଚି ହୋଇଯିବା ପରି

ଶୁଖିଲା ମୁହଁରେ ଖେଳିଗଲେ ହସ

ଖୁସିରେ ଉଠଇ ପୂରି l

ଘୁଞ୍ଚେ ଅବସାଦ ହସର ଜୁଆରେ

ମହକି ଉଠେ ଜୀବନ

ଫୁଟିଲା ଫୁଲର ଅଗଣା ଯେପରି

ଆନନ୍ଦିତ କରେ ମନ l

ହସ ହସ ମୁହଁ ଦେଖିବା ଲୋକକୁ

ଲାଗେ ସିନା ଆପଣାର

ବନ୍ଧୁ ସମ୍ଭାଷଣେ ନ ଆସିଲେ ହସ

ଛିଡେ ସମ୍ପର୍କର ଡୋର l

ଶୁଷ୍କ ତରୁ ଯେତେ ହୁଏ ପଲ୍ଲବିତ

ପାଇଲେ ଜଳ ପରଶ

ନୀରସ ଜୀବନ ଲାଗଇ ସରସ

ଦେଖି ଓଠ ଧାରେ ହସ l

ଦୁଇଟି ହୃଦୟ ଯୋଡ଼ିବାର ପାଇଁ

ଲୋଡ଼ା ଖାଲି ଟିକେ ହସ

ଆପଣାର ଲାଗେ ଏ ସାରା ଦୁନିଆ

ଢାଳିଦିଏ ସେ ପୀୟୁଷ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract