ଲୋ ମିତଣି
ଲୋ ମିତଣି
ଲୋ ମିତଣି,,,,,,,
ଦେଖ ଏ ନାଟୁଆ ଠାଣି,
ନାଟ ଲଗାଇଛି ଗୋପ ନଗରରେ
ନେଉଛି ମନକୁ କିଣି,
କୁଟ କପଟରେ ମୋହିଦିଏ ମନ
କେହି ନ ପାରନ୍ତି ଜାଣି,
ଘରେ ଘରେ ପଶି ଚୋରର ପରାଏ
ଚୋରାଏ ସର ଲବଣି,
ହଟ ଭିଆଉଛି ହଟିଆ କାହ୍ନ! ଲୋ
ଗୋପ ଗୋପୀ ମନ କିଣି,
ମୟୁର ପୁଛିଆ କଦମ୍ବ ମୂଳିଆ
. ଗୁଣ କେ ପାରିବ ଗଣି,
ଯଶୋଦା ମା ର ପରାଣ ପିଣ୍ଡସେ
ଗୋପର ନୟନ ମଣି,
ଦଣ୍ଡେ ନ ଦେଖିଲେ ପାଗଳ ପରାଏ
ହୁଅନ୍ତି ଯଶୋଦା ରାଣୀ,
