STORYMIRROR

Dipti lekha Mishra

Inspirational Others

2  

Dipti lekha Mishra

Inspirational Others

ଲଣ୍ଠନ

ଲଣ୍ଠନ

1 min
142

ତୁମେ ଲଣ୍ଠନ ଧରି ପାଠ ପଢାଇବା

ଆଜି ବି ମନେ ରଖିଛି ବାପା

ହେଲେ ଆଜି ଲଣ୍ଠନ ଖୋଜିଲେ

ଆଧୂନିକ ଦୀପ ଯାହା ମିଳେ ବାପା॥


ତୁମେ ଅନ୍ଧାରକୁ ଲଣ୍ଠନରେ ଦୂର କରୁଥିଲ

ନିରକ୍ଷରକୁ ଶଦ୍ଦରେ ଗଢି ତୋଳୁଥିଲ

ଲକ୍ଷେ ଜଞ୍ଜାଳ ବି ସହିପାରୁଥିଲ

ତୁମେ ପରା ମୋ ଆପଣାର ବାପା॥


ତୁମ ସହ ପୁଣି ଲଣ୍ଠନ ଧରି ପଢିବାକୁ

ଏ ମନ ଭାରି ଈଛ୍ଥା କରେ ନିତିଦିନ

ହେଲେ ମୋତେ ବିଦା କରିଦେଇଛ

ତୁମ ପାଖରେ ବି ରଖିଲନି ବାପା॥


ବାପା ମୁଁ ଲଣ୍ଠନ ପାଠ ପଢିଥିବାରୁ 

ତୁମ ପଢା ଶୈଳୀ ଭୂଲିପାରୁନାହିଁ

ଆଉ ସେ ସବୁ ସ୍ମୃତି ହିଁ ମୋତେ 

ଢେର ଆନନ୍ଦ ଦେଉଛି ବାପା॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational