ଲଣ୍ଠନ
ଲଣ୍ଠନ
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
ଛୋଟ ଦୀପଶିଖା ଭାବ ନାହିଁ ମତେ
ଅନ୍ଧାରକୁ ଦିଏ ଠେଲି,
ନିଜେ ଜଳି ଜଳି ଆଲୋକ ମୁଁ ଦିଏ
ଲଣ୍ଠନ ମୁଁ, ଯାଏ ଜଳି ।
ରଙ୍ଗ ହୀନ ମୁହିଁ ବର୍ଣ୍ଣ ହୀନ ମୁହିଁ
ଫତରି ଭାବ କି ମତେ,
ଫଣୀନ୍ଦ୍ର ଭଲିଆ ଶିଖା ମୋର ଦେଖ
ଆଲୋକ ଦିଏ ମୁଁ ତତେ ।
ଫରଫର ହୋଇ ଜଳିଯାଏ ମୁହିଁ
ନାହିଁ ମୋ ମନରେ ଭୟ,
କାହା ଫରମାଣ ମାନେ ନାହିଁ ମୁହିଁ
ଜଳେ ହୋଇ ଏକ ଲୟ ।
ଭାବନାହିଁ ମୁହିଁ କ୍ଷୁଦ୍ର ଶିଖାଟିଏ
ନିମଷେକେ ଜାଳି ଦେବି,
ଗାଁ ରୁ ସହର ସହରରୁ ଜଙ୍ଗଲ
କ୍ଷଣିକେ ଧ୍ବଂସ କରିବି ।
କ୍ଷୁଦ୍ର ହେଲେ ମଧ୍ୟ ତମସା ମୋ ପାଶୁ
ଭୟରେ ଦୂରେଇ ଯାଏ,
ଫଳାଫଳ ମୋର କିଛି ଆଶା ନାହିଁ
କ୍ଷଣିକ ରେ ଜାଳିଦିଏ ।
ଅଳ୍ପ ସମୟରେ ଫାମ୍ପି ଉଠେ ମୁହିଁ
ସାନ ବୋଲି ଭାବ ନାହିଁ,
ତୁମ ଫିକରକୁ ଡରେ ନାହିଁ ମୁହିଁ
ମାଟିରେ ଦିଏ ମିଶାଇ ।
ଜଳ ତ ମୋହର ପରମ ଶତ୍ରୁ
ତା ପାଖକୁ ଯାଏ ନାହିଁ,
ମତେ ଫେଡିବାକୁ ଜଳ ଆସିଥାଏ
କ୍ଷଣିକ ରେ ଶାନ୍ତ ହୋଇ ।
ଜଗତରେ ମତେ କ୍ଷାନ୍ତ କରିବାକୁ
କେବଳ ଜଳ ହିଁ ପାରେ,
ଶୀତଳ ଜଳକୁ ଭଷ୍ମ କରି ଦିଏ
ଉଡାଏ ତାକୁ ବାଷ୍ପରେ ।
ଜୀବଜଗତର ଶରୀରକୁ ମୁହିଁ
ସ୍ଫୋଟକ ମୁଁ କରିଦିଏ,
ଗରବ କରିଲେ ଗୋଟିଏ ଫୁତକାରେ
ବଞ୍ଚି ପାରିବନି କିଏ ।
ଲଣ୍ଠନ ମୁଁ ଦିଏ ଜ୍ୟୋତି ଜଗତେ
ଅନ୍ଧାର ଦିଏ ଦୂରେଇ,
ତୁମ ଜୀବନରେ ସଫଳତା ଆଣେ
ଆତ୍ମଜ୍ଞାନ ଦିଏ ଭରି ।