llଗରୀବର ଅନଲାଇନ ପଢା ll
llଗରୀବର ଅନଲାଇନ ପଢା ll


ପଢ଼ାର ଉପରେ କରୋନା ମାଡ
ନାହିଁ ଭାଇ ଆଉ ସେ ଫଡ ଫଡ ।
ଅନଲାଇନ ରେ ହୁଏ ଯେ ପଢା
ଛାତ୍ର ଛାତ୍ରୀ ପୁଣି ହୋଇବେ ଗଢ଼ା ।
ସହର ବଜାର ଗଳିରେ କେତେ
ରହିଛନ୍ତି ପରା ବାବୁ ଯେ ସତେ ।
ତାଙ୍କ ପାଇଁ ଏହା ଛୋଟିଆ କଥା
ଆଣ୍ଡ୍ରଏଡ଼ ଅଛି ନାହିଁ ଯେ ଚିନ୍ତା ।
ବାପା ମା ଆଉ ପୁଅ ଝିଅର
ଅଛି ଗୋଟେ ଗୋଟେ ଫୋନ ତାଙ୍କର ।
ମଧ୍ୟବିତ ପରିବାର ଯେ ଯେତେ
କାମ ଚଳାଅନ୍ତି ଗୋଟିଏ ସାଥେ ।
ଫୋନ ନଥିଲେ ପଢ଼ାରେ ଭାଇ
ଡୋରି ବନ୍ଧା ହେବ ଜାଣିଥା ତୁହି ।
ଗରିବ ପିଲାଟି ପଢିବା ଚିନ୍ତା
ଭାଳି ହୋନ୍ତି ମାତା ପିତା ସେ କଥା ।
ସରକାର ପରା ସ୍କୁଲ ରେ ପୂର୍ବେ
ବହିପତ୍ର ଖାଦ୍ୟ ଦିଅନ୍ତି ସର୍ବେ ।
ସେଇ ଟିକକ ର ସୁବିଧା ପାଇ
ଗରିବ ପିଲାଟି ପଢି ପାରଇ ।
ବର୍ତମାନ ପରିସ୍ଥିତି ଜଟିଳ
କି କରିବ ସେଇ ପିଲା ଚପଳ ।
ଦିଓଳି ଦ୍ଵିମୁଠା ଖାଇବା ପାଇଁ
ଯାହାର ପାଖରେ ଅର୍ଥ ତ ନାହିଁ ।
ସେ କାହୁଁ ଆଣିବ ଦାମିକା ସେଟ୍
କରୋନା ତ ବନ୍ଦ କରିଛି ଗେଟ୍ ।
ତଥାପି ସନ୍ତାନ ର ଉନ୍ନତି ପାଇଁ
ଚିନ୍ତା କରେ ପିତା ବୁଦ୍ଧି ସଞ୍ଚେଇ ।
ଘର ର ଗାଈକୁ ବିକିଣ ଦେଲା
ଫୋନ ଗୋଟିଏ କିଣି ଆଣିଲା ।
କେଉଁଠାରୁ ପୁଣି ଦିଶେ ଏ ଚିତ୍ର
ଫୋନ୍ ପାଇଁ ମା ସୁନା ଵିକେତ ।
ଅନଲାଇନ ରେ ପଢିବା ପାଇଁ
କେତେ ଦୁଃଖ କଷ୍ଟ ପିତା କରଇ ।
ହାଏରେ କରୋନା କି କଥା କଲୁ
ଗରିବ ପିଲାଙ୍କୁ କି କଷ୍ଟ ଦେଲୁ ।
ଫୋନ ରେ ପିଲା ପଢିବା ପାଇଁ
ମା ବାପା ଗଲେ ବିକିରି ହେଇ ।
କେଉଁ ଗାଁ ପୁଣି ଏତେ ଦୁର୍ଗମ
ନେଟୱାର୍କ ପୁଣି ଭାରି ଜାଆମ ।
ତେଣୁ ପିଲାଟିଏ ପଢିବା ପାଇଁ
ପାହାଡ଼ ଉପରେ ଯାଇ ବସଇ ।
କୋଶ କୋଶ ଦୂର ଚାଲି ଚାଲିଣ
ନେଟୱର୍କ ସ୍ଥାନେ ପହଞ୍ଚେ ପୁଣ ।
ଏହିପରି ଦେଖି କରୁଣ ଚିତ୍ର
ଦୁନିଆଟା ପରା ଲାଗେ ବିଚିତ୍ର ।
କରୋନା ଭାଙ୍ଗିଛି ସଭିଙ୍କ ଅଣ୍ଟା
ପ୍ରଗତି ପଥରେ ସାଜିଛି କଣ୍ଟା ।
ଜଗିରଖି ତେଣୁ ଚଳିବା ସର୍ବେ
କରୋନା ନିୟମ ମାନିବା ଆମ୍ଭେ ।
ଯିବା ପୁଣି ଆମେ ବିଦ୍ୟାଳୟ କୁ
ହସିବା ପଢିବା ଆଗ ଭଳି କୁ ।