Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

sasmita sarangi

Inspirational

4.5  

sasmita sarangi

Inspirational

ଲଲାଟ ଲିଖନ

ଲଲାଟ ଲିଖନ

1 min
292


ମାଆ ଦେଇଥାଏ ଅନ୍ତ ଫାଡ଼ି ଜନ୍ମ 

  ଭାଗ୍ୟ ତ ନ ଥାଏ ଦେଇ ,

ଲଲାଟ ଲିଖନ ନ ହୁଅଇ ଆନ

  ଏନ୍ତୁଡ଼ିଶାଳ ରୁ ଜୁଇ ।


କୀଟ ରୁ ପତଙ୍ଗ ପଶୁ ଠାରୁ ପ୍ରାଣୀ

    ହେଉ ମାନବ ଜୀବନ ,

ମାୟା ସଂସାରରେ ପ୍ରତି କ୍ଷଣେ ଘଟେ

    ଭାଗ୍ୟ ର ପରିବର୍ତ୍ତନ ।


ସ୍ବୟଂ ଭଗବାନ ଭାଗ୍ୟ ର ବିଧାତା

    ଜନମି ଏ ଧରାତଳେ ,

ଭାଗ୍ୟ ହାତରେ ସମର୍ପିଥିଲେ ନିଜକୁ

   ଦୁଃଖ ଶୋକ ଭୋଗିଥିଲେ । 


ଘଟିବାକୁ ଯାହା ଅଛି ଏ ଜୀବନେ

    ସମୟ ସାଥେ ଘଟିବ ,

ଏ ଧନ ସଂପତ୍ତି ଗର୍ବ ଅହଙ୍କାର

   କ୍ଷଣିକେ ପାଉଁଶ ହେବ ।


ବିହି ଲେଖିଅଛି କପାଳରେ ଯାହା

   ଅବଶ୍ୟ ଫଳିବ ଦିନେ

ସୂର୍ଯ୍ୟୋଦୟ ଆଉ ସୂର୍ଯ୍ୟାସ୍ତ ପରାଏ

    ବଦଳି ଯାଏ ଜୀବନେ ।


ରାତିକ ଭିତରେ ରାଜା ହୁଏ ରଙ୍କ

   ରଙ୍କ ହୋଇଯାଏ ରାଜା ,

କାହାପାଇଁ ମନ ଏତେ ରେ ବଡିମା 

    ବିଧାତା ହାତେ ତୁ ପ୍ରଜା ।


ବାଆ ବତାସରେ କେବେ ଦୋହଲିବ 

    ତୋର ଏ ଛପର ଖଣ୍ଡି , 

ଅଣଚାଶ ବାଆ ଦେଇଯିବ ଦଗା

    ସମ୍ପର୍କ ଯିବରେ ଛିଣ୍ଡି ।


କାହା ଭାଗ୍ୟ ଭୋଗ ଦେଖି ହସ ନାହିଁ

   କାଲି ତୋ ଦିନ ଆସିବ ,

ତୋର ହସ କାନ୍ଦ ଲଲାଟ ଲିଖନ

    ନିଶ୍ଚିତ ଦିନେ ଫଳିବ ।


Rate this content
Log in

Similar oriya poem from Inspirational